ଭାରତୀୟ ସେନାରେ ଯୋଗ ଦେଇ ପାରିବେ ସାଧାରଣ ନାଗରିକ; ୩ ବର୍ଷ ପାଇଁ କରି ପାରିବେ କାର୍ଯ୍ୟ

ନୂଆଦିଲ୍ଲୀ: ଭାରତୀୟ ସେନା ବାହିନୀରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ? ତେବେ ଆପଣଙ୍କ ସ୍ବପ୍ନ ଏଥର ପୂରଣ ହୋଇ ପାରିବ । ଯେ କୌଣସି ସାଧାରଣ ନାଗରିକ ୩ ବର୍ଷ ପାଇଁ ସେନା ବାହିନୀରେ କାର୍ଯ୍ୟ କରିପାରିବେ । ଏଥିନେଇ ସେନା ବାହିନୀ ନୂଆ ନିୟମ ପ୍ରଣୟନ କରିବାକୁ ଯାଉଛି ।

ଖବର ସରବରାହ ସଂସ୍ଥା ଏଏନ୍ଆଇ ସୂଚନା ଅନୁସାରେ ଏପରି ଏକ ପ୍ରସ୍ତାବ ଉପରେ ସେନା ବାହିନୀ ବିଚାର କରୁଛି । ଜଣେ ସୁସ୍ଥ ଭାରତୀୟ ନାଗରିକ ୩ ବର୍ଷ ପାଇଁ ସେନା ବାହିନୀରେ କାର୍ଯ୍ୟ କରିବାକୁ ଅନୁମତି ମିଳିପାରେ । ବର୍ତମାନ ସମୟରେ ସେନାବାହିନୀ ସର୍ଟ ସର୍ଭିସ କମିଶନ ଅନୁସାରେ ସେନାବାହିନୀରେ ଯୁବବର୍ଗଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ନିଯୁକ୍ତି ଦେଉଛି । ତେଣୁ ୩ ବର୍ଷିଆ ନିଯୁକ୍ତି ସମ୍ପର୍କରେ ବିଚାର ଚାଲିଛି ବୋଲି ଜଣେ ସେନା ଅଧିକାରୀ ଏଏନ୍ଆଇକୁ କହିଛନ୍ତି ।ସୂଚନାଯୋଗ୍ୟ ଯେ ବର୍ତମାନ ଭାରତୀୟ ସେନାରେ ୧୩ ଲକ୍ଷ ଯବାନ କାର୍ଯ୍ୟ କରୁଛନ୍ତି ।

Comments are closed.