ବନ୍ଧୁଙ୍କୁ ନେଇ ସତର୍କ ଅର୍ଜୁନ

ସିନେଜଗତରେ ଆଜିକାଲି ଅର୍ଜୁନ କପୁର ଓ ତାଙ୍କ ବୟସ୍କା ବାନ୍ଧବୀ ମଲାଇକା ଅରୋରାଙ୍କୁ ନେଇ ବିଭିନ୍ନ ଉଡ଼ା ଖବର ଶୁଣିବାକୁ ମିଳୁଛି। ଖୁବ୍ ଶୀଘ୍ର ବିବାହ ଯୋଜନାରେ ଦୁହେଁ ଥିବାବେଳେ ଅର୍ଜୁନଙ୍କ ପରିବାର କିନ୍ତୁ ଏଇ ସମ୍ପର୍କକୁ ନେଇ ଏତେଟା ଖୁସିନଥିବାର ଜଣାପଡ଼ିଛି। ହେଲେ ଅର୍ଜୁନ ଏଥରକ କାହା କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି, ନିଜ ନିଷ୍ପତ୍ତିରେ ସେ ଅଟଳ ଅଛନ୍ତି। ଏକ ସାକ୍ଷାତକାର୍ରେ ସେ କହିଥିଲେ, ନିଜ ଘନିଷ୍ଠ ବନ୍ଧୁ ରଣବୀର କପୁର, ରଣବୀର ସିଂଙ୍କୁ ସେ ନିଜ ଜୀବନର ଅଧିକାଂଶ କଥାକୁ କହିଥାନ୍ତି। ହେଲେ ଏବେ ସେମାନଙ୍କଠାରୁ କୌଣସି ପରାମର୍ଶ ଗ୍ରହଣ କରୁନାହାନ୍ତି। କାରଣ ପରାମର୍ଶ ଗ୍ରହଣ କରି କାର୍ଯ୍ୟକାରୀ କରିବା ପରେ ଅର୍ଜୁନ ଅଧିକ ହଇରାଣ ହୋଇଥିଲେ। ସିନେଜଗତରେ କ୍ୟାରିୟର ଆରମ୍ଭ ସମୟରେ ଜଣେ ଅଭିନେତ୍ରୀଙ୍କ ସହ ତାଙ୍କ ଘନିଷ୍ଠତା ଅର୍ଜୁନଙ୍କର ବଢ଼ିଲା। ଏକଥା ସେ ବନ୍ଧୁ ରଣବୀର କପୁରଙ୍କୁ କହିଲେ, ସେ ମଧ୍ୟ ଅର୍ଜୁନଙ୍କୁ ବିଭିନ୍ନ ଟିପ୍ସ ଦେଲେ। ହେଲେ ଅର୍ଜୁନ ସେ ଟିପ୍ସକୁ ମାନିବା ପରେ ବାନ୍ଧବୀଙ୍କ ସହ ତାଙ୍କ ସମ୍ପର୍କରେ ଫାଟ ଆରମ୍ଭ ହେଲା। ରଣବୀରଙ୍କର ଏଇ ବଦ୍ମାସୀ ବିଷୟରେ ବୁଝିବାବେଳକୁ ଅର୍ଜୁନଙ୍କ ସମ୍ପର୍କ ଶେଷ ହୋଇସାରିଥିଲା। ଏହା ପରଠାରୁ ଅର୍ଜୁନ ଶପଥ କରିଥିଲେ, ସାଙ୍ଗଙ୍କ ଠାରୁ ଆଉ କୌଣସି ପରାମର୍ଶ କେବେହେଲେ ନେବେନାହିଁ।