ଅରିଜିତ୍ ସିଂହଙ୍କ ମାଆ ଡାକ୍ତରଖାନାରେ ଭର୍ତ୍ତି: ରକ୍ତ ପାଇଁ ଲୋଡ଼ିଲେ ସାହାଯ୍ୟ

ନୂଆଦିଲ୍ଲୀ: ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ୍ ସିଂହଙ୍କ ମାଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଏବଂ ତାଙ୍କ ପାଇଁ ଏ ନେଗେଟିଭ୍ ରକ୍ତ ତୁରନ୍ତ ଆବଶ୍ୟକ। ଏନେଇ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇ ସାହାଯ୍ୟ ଭିକ୍ଷା କରିଛନ୍ତି ‘ଦିଲ୍ ବେଚାରା’ ଅଭିନେତ୍ରୀ ସ୍ୱାସ୍ତିକା ମୁଖାର୍ଜୀ।

ଗୁରୁବାର ସ୍ୱାସ୍ତିକା ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ଲେଖିଛନ୍ତି, “ଅରିଜିତ ସିଂହଙ୍କ ମାଆଙ୍କ ପାଇଁ ଏ ନେଗେଟିଭ୍ ରକ୍ତଦାତାଙ୍କ ଆବଶ୍ୟକତା ଅଛି, ସେ ଅସୁସ୍ଥ ହୋଇ ଆମ୍ରି ଢକୁରିଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଜି ହିଁ ଏହାର ଆବଶ୍ୟକତା ଅଛି। ଯେଉଁ ପୁରୁଷ ରକ୍ତଦାତା ଇଚ୍ଛୁକ ଦୟାକରି ଶ୍ୱାତୀଙ୍କ ଯୋଗାଯୋଗ କରନ୍ତୁ”। ଏହାବ୍ୟତୀତ ନିର୍ଦ୍ଦେଶକ ଶ୍ରୀଜିତ୍ ମୁଖାର୍ଜୀ ମଧ୍ୟ ଅରିଜିତଙ୍କ ମାଆଙ୍କ ପାଇଁ ସାହାଯ୍ୟ ଭିକ୍ଷା କରିଛନ୍ତି।

Comments are closed.