ଗାନ୍ଧୀ ଓ ନେହେରୁଙ୍କ ସ୍ବପ୍ନ ସାକାର କଲେ ବିଜେପି ସରକାର : କେରଳ ରାଜ୍ୟପାଳ

କେରଳ : କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଶନିବାର ନାଗରିକତ୍ବ ଆଇନ(ସିଏଏ)କୁ ସମର୍ଥନ କରିଛନ୍ତି। ଭାରତୀୟ ଜନତା ପାର୍ଟି(ବିଜେପି) ସରକାର ଏହି ଆଇନ ଆଣି ପୂର୍ବରୁ ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହେରୁ ଓ କଂଗ୍ରେସ ଦେଇଥିବା କଥା ପୂରଣ କରିଛନ୍ତି ବୋଲି ସେ କହିଛନ୍ତି। ଏହାଦ୍ବାରା ମୋଦୀ ସରକାର ଗାନ୍ଧୀ ଓ ନେହେରୁଙ୍କ ସ୍ବପ୍ନ ସାକାର କରିଥିବା ସେ କହିଛନ୍ତି। ସେ କହିଛନ୍ତି, ମହାତ୍ମା ଗାନ୍ଧୀ ଓ ଜବାହାରଲାଲ ନେହେରୁ ଶରଣାର୍ଥୀମାନଙ୍କୁ ନାଗରିକତ୍ବ ଦେବାକୁ ଚାହୁଁଥିଲେ ଏବଂ ନାଗରିକତ୍ବ ଦେବାପାଇଁ ପୂର୍ବରୁ ସେମାନେ ପାକିସ୍ତାନରୁ ଆସିଥିବା ଲୋକଙ୍କୁ କଥା ମଧ୍ୟ ଦେଇଥିଲେ।
ଉଲ୍ଲେଖ ଯୋଗ୍ୟ, କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ପୂର୍ବରୁ କଂଗ୍ରେସ ଦଳର ସଦଶ୍ୟ ରହିଥିଲେ। ୧୯୮୬ମସିହାରେ କୌଣସି କାରଣରୁ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ୨୦୦୪ମସିହାରେ ବିଜେପିରେ ସାମିଲ ହୋଇଥିଲେ। ପରେ ସେ ୨୦୦୭ମସିହାରେ ବିଜେପିରୁ ମଧ୍ୟ ଇସ୍ତଫା ଦେଇଥିଲେ। ଚଳିତ ବର୍ଷ ସେପ୍ଟେମ୍ବର ମାସରେ ସେ କେରଳର ରାଜ୍ୟପାଳ ଭାବେ ଶପଥ ନେଇଥିଲେ।

Comments are closed.