ବ୍ୟବସାୟୀ ଅମୀୟ ଦାସ ମାନିଲେ, ଅର୍ଚ୍ଚନାକୁ ଦେଇଥିଲେ ୭ଲକ୍ଷ

ଭୁବନେଶ୍ବର: ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାରେ ବ୍ୟବସାୟୀ ଅମୀୟ ଦାସଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନଙ୍କ ପକ୍ଷରୁ ଜେରା କରାଯାଇଛି। ୮ଘଣ୍ଟା ଜେରା ପରେ ପ୍ରବର୍ତ୍ତନ ନିର୍ଦେଶାଳୟରୁ ବାହାରିଲେ ଅମୀୟ ଦାସ। ଅର୍ଚ୍ଚନା ନାଗଙ୍କୁ ୭ଲକ୍ଷ ଟଙ୍କା ଦେଇଥିବା ନେଇ ଗଣମାଧ୍ୟମ ଆଗରେ ଅମୀୟ ଦାନ ମାନିନେଇଥିଲେ। ଫେସବୁକରୁ ଅର୍ଚ୍ଚନାଙ୍କ ସହ ଅମୀୟଙ୍କ ପରିଚୟ ହୋଇଥିଲା। ଅର୍ଚ୍ଚନା ନାଗଙ୍କ ବ୍ଲାକମେଲି ପ୍ରସଙ୍ଗରେ ଆଜି ସକାଳୁ ଅମୀୟ ଦାସଙ୍କୁ ଜେରା କରିଥିଲେ ପ୍ରବର୍ତ୍ତନ ନିର୍ଦେଶାଳୟର ଅଧିକାରୀ। ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଫେସବୁକରୁ ପରିଚୟ ହେବା ପରେ ବ୍ୟବସାୟୀ ଅମୀୟ ଦାସ ୭ଲକ୍ଷ ଟଙ୍କା ଦେଇଥିବା ମାନିିଯିବା ପରେ ଅର୍ଚ୍ଚନାଙ୍କ ସମ୍ପର୍କ ନେତା, ମନ୍ତ୍ରୀ, ବ୍ୟବସାୟୀଙ୍କ ସହ ଗଢ଼ି ଉଠିଥିବା ସ୍ପଷ୍ଟ ହୋଇଯାଇଛି। ଏହାପରେ ପର୍ଯ୍ୟାୟକ୍ରମେ ପ୍ରାୟ ୧୨ଜଣଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟର ଅଧିକାରୀମାନେ ଜେରା କରିବା ନେଇ ସୂଚନା ମିଳିଛି।

Comments are closed.