ଡଙ୍ଗା ଭସାଇବା ହେବା କାଳ, ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀରେ ବୁଡିଗଲେ ୨ଶିଶୁ ପୁତ୍ର

ଆରଡି: ରବିବାର ସନ୍ଧ୍ୟା ୫ଟା ସମୟରେ ଆରଡିପୀଠର ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀରେ ଡଙ୍ଗା ଭସାଉଥିବାବେଳେ ୨ ଶିଶୁପୁତ୍ର ବୁଡ଼ି ଯାଇଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା। ସେଥିମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

 

ପାଗୁଲ ପାଢୀଙ୍କର ୭ବର୍ଷର ପୁଅ ଗଣେଷ ଓ ସୁମନ୍ତ ପାଢୀଙ୍କର ୪ବର୍ଷର ପୁଅ ସାଇ, ୨ଶିଶୁପୁତ୍ର ସୋଲ ଡଙ୍ଗା ବାବା ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀରେ ଭଷାଉଥିବାବେଳେ ଗୋଡ ଖସିଯିବାରୁ ୨ଜଣ ବୁଡି ଯାଇଥିଲେ।  କିଛି ଲୋକ ଦେଖି ଗଣେଷକୁ ଉଦ୍ଧାର କରିଥିଲେ ମଧ୍ୟ ସାଇ ପୁଷ୍କରିଣୀ ଗଭୀରକୁ ଚାଲିଯାଇଥିଲା। ଦୀର୍ଘ ସମୟ ଖୋଜାଖୋଜି ପରେ ସାଇଙ୍କୁ ଉଦ୍ଧାର କରି ପ୍ରଥମେ ଆରଡି ମେଡିକାଲ ଓ ପରେ ଧୁଷୁରୀ ଏରିଆ ହସିପଟାଲକୁ ନେଇଥିଲେ। ସେଠାରେ ସାଇକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗଣେଷ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

Comments are closed.