ଏନଏସ୍‍ଏସ୍‍ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆରଡିପୀଠରେ ଦିନିକିଆ ସେବାଶିବିର

ଆରଡି : ନୂଆବର୍ଷ ପାଇଁ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଅଗଣିତ ଭକ୍ତଙ୍କ ସମାଗମ ହେବ। ଆଗନ୍ତୁକ ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ପାଳସାହିସ୍ଥିତ ବାବାମଣି ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଏନଏସ୍‍ଏସ୍‍ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦିନିକିଆ ସେବାଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ପ୍ରାରମ୍ଭରୁ ଏନଏସ୍‍ଏସ୍‍ର ପୋଗ୍ରାମ ଅଫିସର ତଥା ଅଧ୍ୟାପକ ବିଜୟ କୁମାର ଦାଶ ଓ ସନ୍ତୋଷ ସାହୁ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସମ୍ବନ୍ଧରେ ଉପଦେଶ ଦେବା ସହିତ ପୀଠର ପରିଷ୍କାର ପରିଛନ୍ନ ନିମନ୍ତେ ମନ୍ଦିର ବେଢା ଓ ଚତୁଃପାର୍ଶ୍ବରେ ସଫେଇ କରାଯିବା ପାଇଁ ଆଲୋଚନା କରାଯାଇଥିଲା। ଏପରିକି ଛାତ୍ରଛାତ୍ରୀମାନେ ୨ଭାଗ ହୋଇ ମନ୍ଦିର ବେଢା, ଚତୁଃପାର୍ଶ୍ବ, ମୁଖ୍ୟ ବଜାର, ଶିବଗଙ୍ଗା ପୁଷ୍କରିଣୀ ଚତୁଃପାର୍ଶ୍ବରେ ସଫେଇ କରିବା ସହିତ ପୀଠରେ ପଲିଥିନ ମୁକ୍ତ କରିବା ପାଇଁ ସମସ୍ତଙ୍କୁ ସଚେତନତା କରାଇଥିଲେ। ଏହି ଜାତୀୟ ସେବା ଶିବିରରେ ମହାବିଦ୍ୟାଳୟର ୪୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Comments are closed.