ଶ୍ରାବଣ ସୋମବାରରେ ଖାଁ ଖାଁ ଆଖଣ୍ଡଳମଣିଙ୍କ ପୀଠ

କୋଭିଡ କଟକଣା ପାଇଁ ଲାଗି ହେବନି ବୋଲବମ ଭକ୍ତଙ୍କ ଜଳ, ରୀତିନୀତି ଅନୁଯାୟୀ ସୀମିତ ସେବାୟତଙ୍କ ଦ୍ବାରା ଚାଲିଛି ଶ୍ରାବଣୀ ନୀତିକାନ୍ତି ଓ ଜଳାଭିଷେକ

ଆରଡି: ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପାଞ୍ଜି ଅନୁଯାୟୀ ଶ୍ରାବଣ ପ୍ରଥମ ସୋମବାର ନୀତି ସମାପନ ହୋଇଥିବା ବେଳେ ଆଜି ଦ୍ବିତୀୟ ସୋମବାର ନୀତି ଅନୁଷ୍ଠିତ ହେଉଛି। ହେଲେ ମହାମାରୀ କରୋନା ପାଇଁ କୋଭିଡ ନିୟମ ଜାରୀ ରହିଥିବାରୁ ଚଳିତବର୍ଷ କାଉଡିଆଭକ୍ତଙ୍କର ଶୁଭିନଥିଲା ବୋଲବମ ହରହର ବୋମ ଧ୍ବନି। ଏଥିପାଇଁ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର। ଏପରି ନିର୍ଦେଶ ପାଇବା ପରେ ମଣିବାବାଙ୍କ ମନ୍ଦିରରେ କାଉଡିଆଭକ୍ତଙ୍କ ଜଳଲାଗ ଉପରେ ରୋକ ଲଗାଇଛି ଜିଲା ପ୍ରଶାସନ। କେବଳ ସୀମିତ ସେବାୟତଙ୍କ ଦ୍ବାରା ସମସ୍ତ ନୀତିକାନାତୀ ସମ୍ପନ୍ନ କରିବାକୁ ପରାମର୍ଶ ଦେଇଛନ୍ତି ଭଦ୍ରକ ଜିଲାପାଳ ଜ୍ଞାନ ଦାସ।

 

ଏପରିକି ପୀଠରେ କଡା ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୃତ୍ଯୟନ କରାଯାଇଛି। ମଣିବାବାଙ୍କର ଯେପରି ସମସ୍ତ ଶ୍ରାବଣୀ ନୀତିକାନ୍ତି ସୁଚାର ରୂପେ ସମାପନ ହେବ ସେଥିପାଇଁ ସେବାୟତଙ୍କ ସହଯୋଗ କାମନା କରିଛନ୍ତି ଭଦ୍ରକ ଉପଜିଲାପାଳ ତଥା ମନ୍ଦିରଟ୍ରଷ୍ଟି ପିତାମ୍ବର ସାମଲ। ତାହାସହ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ ନଦୀଘାଟ ଓ ପୁଷ୍କରିଣୀରେ ଯେପରି କୌଣସି ଭକ୍ତ ଜଳ ନ ଉଠାଇବେ ସେଥିପ୍ରତି କଡା ନଜର ରଖିବାକୁ ଜିଲାପାଳ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.