କର୍ଣ୍ଣାଟକରରେ ଅଟକିଛନ୍ତି ୪୨ ଶ୍ରମିକ

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ମୁଳକାଏମା, ଡଅବିଲ, କୁଲିବିନ୍ଧା ଆଦି ବିଭିନ୍ନ ଅଞ୍ଚଳର ପ୍ରାୟ ୪୨ ଜଣ ଶ୍ରମିକ କର୍ଣ୍ଣାଟକର କୋଲାର ଜିଲାର ନଟିଆପଲି ଇଣ୍ଡଷ୍ଟ୍ରୀ ଏରିଆରେ କାମ କରୁଥିଲେ। ବର୍ତ୍ତମାନ ସାରା ଦେଶରେ ମହାମାରୀ କରୋନାକୁ ନେଇ ଲକଡାଉନ କରାଯାଇଥିବାରୁ କମ୍ପାନୀ ବନ୍ଦ ହୋଇଯାଇଛି। ଫଳରେ ଶ୍ରମିକମାନେ ନିଜ ଗାଁକୁ ଫେରିବା ପାଇଁ ବ୍ୟାକୁଳ ହେଉଛନ୍ତି। ଏପରିକି ତାଙ୍କ ପାଖରେ ଯାହା କିଛି ଅର୍ଥ ଥିଲା ସରିଯିବା ଫଳରେ ସେମାନେ ଓଳିଏ ଖାଇ ଦୁଈଓଳି ଉପାସ ରହୁଥିବା ଫୋନ ଯୋଗେ ପ୍ରକାଶ କରିଛନ୍ତି। ଆସିବା ପାଇଁ ରାଜ୍ୟ ସରକାରଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ନିବେଦନ କରିବା ସହ ହେଲ୍ପଲାଇନ ନମ୍ବରରେ ଜଣାଉଥିଲେ ମଧ୍ୟ କୌଣସି ସୁଫଳ ମଳିପାରି ନାହିଁ ବୋଲି ପ୍ରକାଶ କରିଛନ୍ତି ।

Comments are closed.