ଆରଡି ମେଡିକାଲ ଛାତରୁ ଖସିଲା ବଡ ପ୍ଲାଷ୍ଟର ଖଣ୍ଡ, ଅଳ୍ପକେ ବର୍ତ୍ତିଲେ ୧୦ ରୋଗୀ

ଆରଡି: ଆରଡିପୀଠ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କେତେକ ରୋଗୀ ଧାଡି ଦେଇ ଠିଆ ହୋଇଥିବା ବେଳେ ଆଉ କେତକ ରୋଗୀ ବସି ରହିଥିବା ବେଳେ ହଠାତ ଛାତରୁ ବଡ ପ୍ଲାଷ୍ଟର ଖଣ୍ଡ ଖସିବା ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ନିକଟରେ ଥିବା ୧୦ ରୋଗୀ। ଏପରିକି ଅନ୍ୟ ରୋଗୀ ଓ ସର୍ମ୍ପକୀୟ ଦୌଡି ବାହାରକୁ ପଳାଇ ଆସିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରର ଅନେକ ସ୍ଥାନରେ ଫାଟ ଦେଖା ଦେବା ସହ ଛାତ ସମ୍ପୁର୍ଣ୍ଣ ଅସୁରକ୍ଷିତ ରହିଥିବା କହିଛନ୍ତି ସ୍ଥାନୀୟ ଲୋକ। ବର୍ତ୍ତମାନ ଆରଡି ସମେତ ଆଖପାଖ ଅଞ୍ଚଳରେ ବନ୍ଯାପାଣି ପ୍ରବାହିତ ହେଉଥିବାରୁ ପ୍ରତିଦିନ ବହୁ ରୋଗୀ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥାନ୍ତି। ହେଲେ ରୋଗୀ ଭିଡ ଜମାଇଥିବା ବେଳେ ହଠାତ ଛାତରୁ ବଡ ପ୍ଲାଷ୍ଟର ଖଣ୍ଡ ଖସିଥିଲା। ଫଳରେ ସେ ସ୍ଥାନ ତଳେ ଥିବା ୧୦ଜଣ ଦୌଡି ପଳାଇ ଆସିବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ।

Comments are closed.