ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ଜଟିଳ

ଆରଡି: ଦୀର୍ଘ ୬ଦିନରୁ ଊର୍ଦ୍ଧ୍ଵ ହେବ ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଏବେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଆରଡି ସମେତ ଓଳଗ, ନାନ୍ଦପୁର, ସୁନ୍ଦରପୁର ୪ଟି ପଞ୍ଚାୟତର ତଳିଆ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ଜଟିଳ ହେବାରେ ଲାଗିଛି । ଏପରିକି ଉପରମୁଣ୍ଡରୁ ଆସୁଥିବା ବଢିପାଣି ଓ ହଦଗଡ ଡ୍ୟାମ ପାଣିରେ ଉଛୁଳିବାରେ ଲାଗିଛି ବୈତରଣୀ ଓ  ସାଳନ୍ଦୀ ନଦୀ । ଫଳରେ ୨ଦିନ ହେଲା

୨୦ଟି ଗାଁ ଏବେ ବନ୍ୟା ଘେରରେ ରହିଛି । ବିଶେଷକରି ଆରଡି ନିକଟସ୍ଥ ବୋଡକ ଓ ଶୀତଳପୁର ଗାଁ ଦାଣ୍ଡରେ ୨ଦିନ ହେବ ଆଣ୍ଠୁଏ ଉଚ୍ଚରୁ ଲହଡି ଭାଙ୍ଗୁଛି ବନ୍ୟାପାଣି । ସେହିପରି ବୈତରଣୀ ନଦୀରେ ବନ୍ୟାଜଳ ବୃଦ୍ଧି ପାଉଥିବାରୁ ବୋଡକ ନିକଟରେ କୂଳ ଲଂଘିବାରୁ ଆଖଣ୍ଡଳମଣି କୁଆଖିଆ ଜାତୀୟରାଜପଥର ୨ଶହ ଫୁଟ ରାସ୍ତା ଧୋଇ ଯିବାରୁ ଯାତାୟାତ ଠପ ହୋଇଯାଇଛି । ସେହିପରି ଆଖଣ୍ଡଳମଣି ଚାନ୍ଦବାଲି ଓ ଆରଡି ମତୋ ରାସ୍ତାର ୨ଟି ସ୍ଥାନରେ ୩ଫୁଟ ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

Comments are closed.