ତଳମୁଣ୍ଡରେ ଉଛୁଳିଲା ବୈତରଣୀ ଓ ସାଳନ୍ଦୀ; ୬ଟି ସ୍ଥାନରେ ନଦୀବନ୍ଧ ଟଳମଳ

ଆରଡି: ଚାନ୍ଦବାଲି ଓ ଆରଡି ଅଞ୍ଚଳରେ ଗତ ୫ଦିନ ହେବ ଲଗାଣ ବର୍ଷା, ପୂର୍ଣ୍ଣିମାତିଥିର ଉଚ୍ଚ ଜୁଆର ଓ ଉପରମୁଣ୍ଡରୁ ଆସୁଥିବା ବନ୍ୟାଜଳରେ ତଳମୁଣ୍ଡରେ ଉଛୁଳିବାରେ ଲାଗିଛି ବୈତରଣୀ ଓ ସାଳନ୍ଦୀ ନଦୀ। ଫଳରେ ଆରଡି ନିକଟସ୍ଥ ବୋଡକ ଠାରୁ ସୁନ୍ଦରପୁର ଓ ମୁଆଁ ଠାରୁ ତିନିତର ପର୍ଯ୍ୟନ୍ତ ବୈତରଣୀ ନଦୀର ପାଖାପାଖି ୬ଟି ସ୍ଥାନରେ ଅତି ଦୁର୍ବଳ ନଦୀବନ୍ଧ ଥିବାରୁ ଟଳମଳ ଅବସ୍ଥାରେ ରହିଛି। କେତେକସ୍ଥାନରେ ଜଳସେଚନ ବିଭାଗ ପକ୍ଷରୁ ବନ୍ୟା ପାଣିକୁ ଅଟକାଇବା ପାଇଁ ତରବରିଆ ଭାବେ ବାଲିବସ୍ତା ସହ ବଲା ବିଛାଯାଇଛି ଏବଂ ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି।

ଏବେ ବୈତରଣୀ ଓ ସାଳନ୍ଦୀନଦୀ ଉଛୁଳିବାରୁ ନଈଯୋର ଓ ଏସକେପ ମାହାରା ଦେଇ ଜନବସତି ଆଡକୁ ମାଡି ଚାଲିଛି ବନ୍ୟାପାଣି । ଶନିବାର ସନ୍ଧ୍ୟା ସୁଧା ୨୦\୨୫ଗାଁର ଚାଷଜମି ଜଳମଗ୍ନ ହୋଇଥିବା ସୂଚନା ମିଳିଛି। ସେହିପରି ବୋଡକ, ଶୀତଳପୁର, ଷାଠିବାଙ୍କୁଡା ଗାଁର ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି। ଏହାକୁ ଦୃଷ୍ଟିରେ ରଖି ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ଦୃବଳ ନଦୀବନ୍ଧ ସ୍ଥାନରେ ବାଲିବସ୍ତା ମହଜୁତ ରଖାଯାଇଥିବା ବିଭାଗ ପକ୍ଷରୁ ପ୍ରକାଶ ପାଇଛି।

Comments are closed.