ବାଇକ ବସ ମୁହାଁମୁହିଁ ଜଣେ ମୃତ; ଜଣେ ଗୁରୁତ୍ବର

ଆରଡି: ମଙ୍ଗଳବାର ମଧ୍ୟାହ୍ନ ସମୟରେ ଆରଡି-ଭଦ୍ରକ ମୁଖ୍ୟ ରାସ୍ତାର କୁଳେଇପଦା ହନୁମାନଛକ ନିକଟରେ ଆରଡି ଅଭିମୁଖେ ଆସୁଥିବା ଗେଲେଶ୍ବର ନାମକ ଯାତ୍ରୀବାହୀ ବସ ସହ ଏକ ବାଇକ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ବାଇକ ଚଳକ ଯୁବକ ଗୁରୁତ୍ବର ହୋଇ ଚିକିତ୍ସାଧିନ ଅଛନ୍ତି। ସୂଚନା ଅନୁଯାୟୀ ମଙ୍ଗଳବାର ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଆସିଥିବା
ଯାଜପୁର ଜିଲା ମଙ୍ଗଳପୁର ଥାନା ଅଧିନସ୍ଥ ପାଲଟପୁର ପଞ୍ଚାୟତ ମୁରାରୀପୁର ଗାଁର ଅଂଶୁପା ନାୟକ ଓ ଭଦ୍ରକ ଜିଲା ଧୁଷୁରୀ ଥାନା ଅଧିନ କାଶିମପୁର ଗାଁର ଏମଶାଇ ଦତ୍ତ ଏକ ମଟର ସାଇକେଲ ଦ୍ବାରା ୨ଜଣ ଦୃତଗତିରେ ଦର୍ଶନ ସାରି ଫେରୁଥିଲେ। ସେମାନଙ୍କ ବାଇକଟି ଭାରସାମ୍ୟ ହରାଇ ଆରଡି ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଯୁବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତ୍ବର ଅବସ୍ଥାରେ ଏମସାଇ ଦତ୍ତଙ୍କୁ ଆମ୍ବୁଲିନ୍ସ ଯୋଗେ ସ୍ଥାନୀୟ ଲୋକ ଓ ଆରଡି ପୁଲିସ ଭଦ୍ରକ ମେଡାକାଲ ପଠାଇଥିଲେ। ଘଟଣାସ୍ଥଳରେ ପୁଲିସ ଗେଲେଶ୍ବର ନାମକ ଯାତ୍ରୀବାହି ବସକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛିଓ ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି।

Comments are closed.