୨ଟି ପ୍ରକଳ୍ପର ଉଦଘାଟନ କଲେ ବିଧାୟକ

ଆରଡି : ଗତ ସୋମବାର ଚାନ୍ଦବାଲି ବ୍ଲକ ଓଳଗ ପଞ୍ଚାୟତରେ ଦୁଇଟି ପ୍ରକଳ୍ପର ସ୍ଥାନୀୟ ବିିଧାୟକ ବ୍ୟୋମକେଧଶ ରାୟଙ୍କ ଦ୍ୱାରା ଉଦଘାଟନ ହୋଇଥିଲା। ସର୍ବପ୍ରଥମେ ବିଧାୟକ ବୋଡକ ଗାଁରେ ଏକ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ କରିଥିବାବେଳେ ଷାଠିବାଙ୍କୁଡା ଗାଁରେ ମିଶନ ଶକ୍ତି ଗୃହର ଉଦଘାଟନ କରିଥିଲେ। ବୋଡକଠାରେ ସ୍ଥାପନ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଶୁଭାରମ୍ଭ ହେବା ପରେ ବୋଡକ ଗାଁ ସମେତ ଆଖପାଖ ଗାଁର ଶତାଧିକ ଲୋକ ବିଷୁଦ୍ଧ ପାନୀୟଜଳ ପାଇ ପାରିବେ ବୋଲି ବିିଧାୟକ ଶ୍ରୀ ରାୟ କହିଥିଲେ। ଦୀର୍ଘ ବର୍ଷ ଧରି ଏହି ଅଞ୍ଚଳ ନଦୀକୂଳିଆ ହୋଇଥିବାରୁ ବିଷୁଦ୍ଧ ପାନୀୟଜଳ ଏମାନଙ୍କ ପାଇଁ ସାତସପନ ପାଲଟିଥିଲା। ଏବେ ଏହି ପ୍ରକଳ୍ପ ହେବା ପରେ ସ୍ଥାନୀୟ ଅଞ୍ଚଳରେ ପାନୀୟଜଳ ସମସ୍ୟା ଦୂର ହେବ ବୋଲି ଗାଁର ମୁରବୀ ଲୋକ ପ୍ରକାଶ କରିଛନ୍ତି। ଏହି ଉଦଘାଟନ ସଭାରେ ବିଧାୟକ ଶ୍ରୀ ରାୟଙ୍କ ସହ ଓଳଗ ସରପଞ୍ଚ ଅନୂଶୟା ସେଠୀ, ବିଜେଡି ବ୍ଲକ ନେତା ପ୍ରଫୁଲ ବେହେରା, ପୂର୍ବତନ ସରପଞ୍ଚ ସରୋଜ ଦାସଙ୍କ ସହ ବହୁ କର୍ମୀ ଉପସ୍ଥିତ ଥିଲେ।

Comments are closed.