ଆରଡିରେ ଭାରତ ବନ୍ଦର ପ୍ରଭାବ

ଆରଡି : କୃଷକମାନଙ୍କ ପକ୍ଷରୁ ଡାକରା ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ଆରଡିପୀଠ ସମେତ ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଥିଲା ।ପୂର୍ବ ପ୍ରସ୍ତୁତି ଅନୁଯାୟୀ ଶତାଧିକ କୃଷକ ଆରଡିପୀଠ ପାନ୍ଥନିବାସ ନିକଟରେ ସକାଳ ୬ଟାରେ ଏକତ୍ରିତ ହେବା ପରେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଦେବା ସହ ଆରଡିପୀଠରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ କରାଇଥିଲେ। ତାହାସହ ବସଷ୍ଟାଣ୍ଡ ନିକଟରେ ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟରାସ୍ତାକୁ ଅବରୋଧ କରିବା ସହ ମଧ୍ୟାହ୍ନ ୩ଟା ଯାଏଁ ବସି ରହିଥିଲେ। ଫଳରେ ଆଖଣ୍ଡଳମଣି ଓ ଭଦ୍ରକ ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଏହି ବନ୍ଦ ପାଳନରେ ଆରଡି ଅଞ୍ଚଳ କୃଷକନେତା ବିପ୍ଳବ ଭଞ୍ଜ, ଶିବାନନ୍ଦ ପାଢୀ, ଅମର ଭଞ୍ଜ, ଶୁଶାନ୍ତ ଓଝା, ସତ୍ୟବ୍ରତ ଓଝା, କାର୍ତ୍ତିକ ଦାସଙ୍କ ସହ ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ପଞ୍ଚାୟତର ୨୪ଟି ଗାଁର ଚାଷୀମାନେ ଯୋଗ ଦେଇଥିଲେ।

Comments are closed.