ଆରଡି ଆଖଣ୍ଡଳମଣିଙ୍କ ମନ୍ଦିର ମରାପତି ପାଇଁ ମିଳିଲା ୬କୋଟି

ପ୍ରତ୍ନତତ୍ତ୍ବ ଓ ପୃତ୍ତଗୃହ ବିଭାଗର ୬ଜଣିଆ ଟିମର ସର୍ବେକ୍ଷଣ ଆରମ୍ଭ, ଗର୍ଭଗୃହ ଓ ମନ୍ଦିର ବେଢାର ମରାମତି ହେବ

ଆରଡି: ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଓ ପୀଠର ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଯୋଗାଇ ଦିଆଯାଇଛି ୬କୋଟି ଟଙ୍କା। ହେଲେ କୋଭିଡ କଟକଣା ପାଇଁ ଦୀର୍ଘମାସ ହେବ କାର୍ଯ୍ୟ ଅଟକି ରହିଥିଲା। ମଙ୍ଗଳବାର ରାଜ୍ଯ ପ୍ରତ୍ନତ୍ତ୍ବତ ବିଭାଗ ଭଦ୍ରକ ପୃତ୍ତଗୃହ ବିଭାଗର ୬ଜଣିଆଟିମ ଆରଡିପୀଠକୁ ଆସି ବାବାଙ୍କ ମନ୍ଦିର ଗର୍ଭଗୃହର ଯାଞ୍ଚ କରିଛନ୍ତି। ଏହାସହ ମନ୍ଦିର ବେଢା ଚଟାଣ , ପାଚେରୀ, ୪ ଦ୍ବାରର ଗୁମୁଟ ମନ୍ଦିର, ଗଳିଘର, ଅଳାଁ, ମୁକ୍ତିମଣ୍ଡପ ଆଦି ସ୍ଥାନ ବୁଲି ଦେଖିବା ସହ ନୂତନ ଭାବେ ହେବାକୁ ଥିବା ଯଜ୍ଞ ମଣ୍ଡପ, ଶ୍ରାବଣୀ ମଣ୍ଡପ, ବେଢା ପାଚେରୀର ସମ୍ଭନ୍ଧରେ ସେବାୟତ ଓ ମନ୍ଦିର ପରିଚାଳକଙ୍କ ସହ ଆଲୋଚନା କରିଥିଲେ।

ବିଶେଷକରି ବର୍ଷାଋତୁରେ ଗର୍ଭଗୃହ ଚଟାଣରୁ ପାଣିଝର ପଡିବା ଫଳରେ ମନ୍ଦିରର ଭିତ୍ତିଭୂମୀ ଦୁର୍ବଳ ହେବା ସହ ମଣିବାବାଙ୍କ ବିଗ୍ରହ ବୁଡିଯିବା, ମୁକ୍ତିମଣ୍ଡପ ଓ ଗଳିଘର ଛାତ ଦୁର୍ବଳ ହୋଇପଡିବାରୁ ବର୍ଷାଦିନେ ପାଣି ଗଳିବାରୁ ନୀତିକାନ୍ତି ଓ ପୂଜାର୍ଚ୍ଚନାରେ ନାନା ସମସ୍ୟା ଦେଖାଦେଉଛି। ପ୍ରଥମ ପର୍ଯ୍ୟାୟରେ ଏହି ସ୍ଥାନ ଗୁଡିକର ମରାମତି କାର୍ଯ୍ୟ ସାଙ୍ଗକୁ ମନ୍ଦିର ଭିତରବେଢାରୁ ଭୋଗ ଦୋକାନ ଗୃହ ଉଚ୍ଛେଦ ହୋଇଥିବାରୁ ନୂତନ ଭାବେ ଚଟାଣ ନିର୍ମାଣ କରାଯିବା ସହ ଯଜ୍ଞ ମଣ୍ଡପ ଓ ଶ୍ରାବଣୀ ମଣ୍ଡପ ନୂତନ ଭାବେ ନିର୍ମାଣ ହେବ ବୋଲି ପୁର୍ତ୍ତ ଓ ଗୃହ ବିଭାଗର ନିର୍ବାହୀଯନ୍ତ୍ରୀ କହିଛନ୍ତି। ଏଡାସହ ମନ୍ଦିର ବେଢାର ସମ୍ପ୍ରସାରଣ ନିମନ୍ତେ ମନ୍ଦିର କାର୍ଯ୍ୟାଳ ନିକଟରେ ସିଂହଦ୍ବାର ନିର୍ମାଣ କରାଯିବା ସହ ୪ଦ୍ବାର ଓ ଗୁମୁଟକୁ ସୌନ୍ଦର୍ଯ୍ୟକରଣ କରାଯିବ ଅଧିକାରୀମାନେ ପ୍ରକାଶ କରିଛନ୍ତି।

Comments are closed.