ଆଖଣ୍ଡଳମଣିଙ୍କ ପୀଠର ହେବ ଉନ୍ନତିକରଣ: ମନ୍ଦିର ଚତୁଃପାର୍ଶ୍ବରୁ ହଟିବ ୮୨ ଦୋକନଗୃହ ଓ ୬୦ ଜନବସତି

ନୁଆ ରୂପରେଖ ନେବ ସମଗ୍ର ପୀଠ

ଆରଡି: ଦୀର୍ଘବର୍ଷ ପରେ ବାବା ଆଖଣ୍ଡଳମଣିଙ୍କ ପୀଠ ନେବ ନୂଆ ରୂପରେଖ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୬କୋଟି ଟଙ୍କା ଯୋଗାଇ ଦିଆଯାଇଥିବା ବେଳେ ଆଗକୁ ପୀଠର ଉନ୍ନତି ଓ ଭକ୍ତମାନଙ୍କ ସମସ୍ତ ସୁବିଧା ନିମନ୍ତେ ଆବଶ୍ୟକତା ଅନୁଯାୟୀ ଟଙ୍କା ଯୋଗାଇ ଦିଆଯିବ ବୋଲି ବିଶେଷ ସୂତ୍ରରୁ ଜଣାଯାଇଛି। ଏପରିକି ଗତ ୨ଦିନ ତଳେ ଭଦ୍ରକ ଜିଲାପାଳ ଜ୍ଞାନ ଦାସ ପୀଠର ମାଷ୍ଟରପ୍ଲାନ ପାଇଁ ଜିଲାର ସମସ୍ତ ଅଧିକାରୀଙ୍କୁ ନେଇ ସମୀକ୍ଷା କରିଥିବା ବେଳେ କ୍ଷେତ୍ର ପରିଦର୍ଶନ କରିଥିଲେ।

 

ବିଶେଷକରି ମନ୍ଦିର ଚତୁଃପାର୍ଶ୍ବଠାରୁ ୬୫ଫୁଟ ପର୍ଯ୍ୟନ୍ତ ଦୋକାନବଜାର ସହ ଜନବସତି ଉଠିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ପୀଠରେ ଗାଡିପାର୍କିଂ ସହ ବହୁ ବିକାଶମୂଳକ କାର୍ଯ୍ୟ ହେବ ବୋଲି ଏକ ଚିଠା ପ୍ରସ୍ତୁତ କରିଥିଲେ। ଆଜି ରବିବାର ଆରଡି ରାଜସ୍ୱ ଅଧିକାରୀ ଦେବାଷିଶ ରାୟଙ୍କ ନେତୃତ୍ୱରେ ୩ଜଣିଆ ଟିମ ମନ୍ଦିର ଚତୁଃପାର୍ଶ୍ବରେ ମାପଚୂପ କରିବା ସହ ପାଖାପାଖି ୮୨ ଦୋକାନଗୃହ ସହ ୬୦ ଜନବସତି ଉଠିବ ବୋଲି ଏକ ପ୍ରାଥମିକ ଚିଠା ପ୍ରସ୍ତୁତ କରିଥିବା ସୂଚନା ଦେଇଛନ୍ତି। ପରେ କୃଷିନାମା କରାଯାଇ ସବିଶେଷ ତଥ୍ୟ ଜିଲାପାଳଙ୍କୁ ଦିଆଯିବ ବୋଲି ଆର.ଆଇ ଶ୍ରୀ ରାୟ ପ୍ରକାଶ କରିଛନ୍ତି। ପୂର୍ବରୁ ମନ୍ଦିର ଭିତରେ ଥିବା ଭୋଗ ଦୋକାନ ସହ ବାହାର ପୁଷ୍କରିଣୀ କୂଳରେ ଥିବା ପାଖାପାଖି ୪୨ଟି ଦୋକାନ ଗୃହ ପ୍ରଶାସନ ପକ୍ଷରୁ ଉଛ୍ୟେଦ କରାଯାଇଛି। ୪/୫ ଦିନ ମଧ୍ୟରେ ପୁରାତନ ଶୈାଚାଳ ପରିସରରେ ଥିବା ଜବରଦଖଲ ସମେତ ଅନାନ୍ୟ ସ୍ଥାନରେ ଜବରଦଖଲକାରୀଙ୍କୁ ଉଛ୍ୟେଦ କରାଯିବ ବୋଲି ମନ୍ଦିର ପକ୍ଷରୁ ସୂଚନା ମିଳିଛି।

Comments are closed.