ଆଖଣ୍ଡଳମଣିଙ୍କ ପୀଠରେ ବିଶ୍ୱଶାନ୍ତି ଗୀତାଯଜ୍ଞ

ଆରଡି :  ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡି ଧାମ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପ୍ରାଙ୍ଗଣରେ ଗତ ଶୁକ୍ରବାର ଠାରୁ ୭ଦିନ ବ୍ୟାପି ବିଶ୍ୱାଶାନ୍ତି ଗୀତା ମହାଯଜ୍ଞ ଆରମ୍ଭ ହୋଇଛି। ଏଥିପାଇଁ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ସହିତ ଭୋର ମନ୍ଦିର ପହଡ ଖୋଲାଯାଇ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣ ଲାଗି, ଦିଗମ୍ବର ବେଶ ଆଦି ସମସ୍ତ ସକାଳ ନୀତିକାନ୍ତୀ ଦିବା ୧ଟା ସୁଧା ସରିବା ପରେ ଯଜ୍ଞ ମଣ୍ଡପରେ ଭଗବତ ଗୀତା ଓ ନାରାୟଣଙ୍କୁ ଘଣ୍ଟାକିର୍ତ୍ତନ, ଛତ୍ରଚାମର ଆଦି ଦ୍ୱାରା ବିଜେ କରାଯିବା ପରେ ଘଟ ସ୍ଥାପନ, ଦ୍ୱାରପାଳ ପୂଜା, ପାର୍ଶ୍ବ ଦେବବତା ପୂଜା, ମହାରୁଦ୍ରାଭିଷେକ, ପଞ୍ଚଉପଚାର ପୂଜା ଅନୁଷ୍ଠିତ ହେଉଅଛି। ତାହାସହ ସୂର୍ଯ୍ୟ ପୂଜା, ଗୋପୂଜା, ଦ୍ୱାରପାଳ ପୂଜା ଆଦି ସମସ୍ତ ନୀତକାନ୍ତି ସରିବା ପରେ ଅପରାହ୍ଣରେ ମଣିବାବାଙ୍କ ବଡସଂହିାର ନୀତି ଅନୁଷ୍ଠିତ ହେବା ସହିତ ଯଜ୍ଞକୁଣ୍ଡରେ ବିଶ୍ୱା କଲ୍ୟାଣ ଉଦ୍ୟେଶରେ ଘୃତ, ପୁଷ୍ପ, ସମିଦ, ଅନ୍ନ ଆଦି ଆହୁତୀ କରାଯାଉଥିବା ଉଭୟ ମନ୍ଦିର ସେବାୟତ ଓ ପ୍ରଶାସନ ପକ୍ଷରୁ ପ୍ରକାଶ କରିଛନ୍ତି। ଏହି ମହାଯଜ୍ଞ ଆସନ୍ତା ପର୍ଣ୍ଣିମା ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ସହ ପୂଣ୍ଣାହୁତୀ କରାଯିବ। ଏପରିକି ପ୍ରତ୍ୟେକ ଦିନ ସଂଧ୍ୟାରେ ଭଜନ କିର୍ତ୍ତନ ସହ ପ୍ରବଚନ ଓ ପାରାୟଣ ଆଦି ମନ୍ଦିର ମଧ୍ୟରେ ଅନୁଷ୍ଠିତ ହେଉଅଛି।

Comments are closed.