ଘରୋଇ କଳହକୁ ନେଇ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ଆରଡି : ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ଖଟୁଆପାଟଣା ଗ୍ରାମରେ ଜଣେ ଯୁବକ ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଯୁବକ ଜଣଙ୍କ ହେଲେ ଚିନ୍ତାମଣି ପଲେଇ(୨୪) । ସେ ତାଙ୍କ ଘର ଠାରୁ କିଛି ଦୂରରେ ବିଲରେ ଥିବା ଏକ ବରଗଛରେ ରଶି ଦେଇ ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି। ଗୁରୁବାର ଧୂଷୁରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବାସହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ଖବର ଅନୁଯାୟୀ, ଗତ ୮ ମାସ ତଳେ ଚିନ୍ତାମଣି ବିବାହ କରିଥିଲେ ଓ ଘରୋଇ ସମସ୍ୟାକୁ ନେଇ ଦୀର୍ଘଦିନ ହେବ କଳହ ଲାଗି ରହିଥିଲା ଫଳରେ ଗତକାଲି ରାତିରେ ଚିନ୍ତାମଣି ଆତ୍ମହତ୍ୟା କରିଥିବା ପରିବାର ଲୋକ ପ୍ରକାଶ କରିଛନ୍ତି।

Comments are closed.