ଦିଲ୍ଲୀ ସମେତ ୪ ହାଇକୋର୍ଟର ମୁଖ୍ୟ ବିଚାରପତି ନଯୁକ୍ତିକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର କଲେଜିୟମ ସୋମବାର ୪ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାସହ କଲେଜିୟମ ଦିଲ୍ଲୀ, ହିମାଚଳ ପ୍ରଦେଶ, ତେଲଙ୍ଗାନା ଏବଂ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ଜଷ୍ଟିସଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି।
ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ଜଷ୍ଟିସ୍‍ ଏଏସ୍‍ ବୋବଡେ ଏବଂ ଜଷ୍ଟିସ୍‍ ଏନ୍‍ଭି ରମଣଙ୍କ ସଦସ୍ୟତା ବିଶିଷ୍ଟ କଲେଜୟିମ ଝଡ଼ଖଣ୍ଡ ହାଇକୋର୍ଟ ବିଚାରପତି ଜଷ୍ଟିସ୍‍ ଡିଏନ୍‍ ପଟେଲଙ୍କୁ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପାରିଶ କରିଛନ୍ତି। ଦିଲ୍ଲୀ ହାଇକୋର୍ଟର ବର୍ତ୍ତମାନର ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ ଆସନ୍ତା ସପ୍ତାହରେ ଅବସର ନେବେ। ସେହିପରି ମାଡ୍ରାସ ହାଇକୋର୍ଟଙ୍କ ବରିଷ୍ଠ ବିଚାରପତି ଜଷ୍ଟିସ୍‍ ରାମାସୁବ୍ରହ୍ମ୍ୟମଙ୍କୁ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି, ଜଷ୍ଟିସ୍‍ ଏଏ କ୍ୟୁରେସୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ଜଷ୍ଟିସ୍‍ ଆରଏସ୍‍ ଚୌହାନଙ୍କୁ ତେଲଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପାରିଶ କରାଯାଇଛି। ଏହାବାଦ କଲେଜିୟମ ଦୁଇ ଜଣ ଓକିଲ ବିଶାଲ ଧାନଗ ଏବଂ ବିଶାଲ ମିଶ୍ରାଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପାରିଶ କରିଛି।

Comments are closed.