ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ଆବେଦନ ସମୟ ବୃଦ୍ଧି

ଭୁବନେଶ୍ୱର: ଅଖିଳ ଭାରତୀୟ ସୈନିକ ସ୍କୁଲ୍ ପ୍ରବେଶିକା ପରୀକ୍ଷା ସଞ୍ଚାର (ଅନଲାଇନ୍) ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଦାଖଲ ହୋଇଥିବା ଆବେଦନ ଫର୍ମ ସଂଶୋଧନ ପାଇଁ ନଭେମ୍ବର ୭ରୁ ୧୦ତାରିଖ ପର୍ଯ୍ୟନ୍ତ ଏନଟିଏ ୱେବସାଇଟରେ ଉପଲବ୍ଧ ହେବ।

ଭୁବନେଶ୍ବର ସୈନିକ ସ୍କୁଲ୍ ଅଧ୍ୟକ୍ଷ ଗ୍ରୁପ୍ କ୍ୟାପଟେନ୍ ଏସ. ଡୋମିନିକ୍ ରୟାନଙ୍କ ସୂଚନା ଅନୁସାରେ ଅକ୍ଟୋବର ୨୬ତାରିଖ ମଧ୍ୟରେ ଭୁବନେଶ୍ୱର ସୈନିକ ସ୍କୁଲରେ ନାମ େଲଖାଇବା ପାଇଁ ପ୍ରାୟ ୧୬୦୦ ପ୍ରାର୍ଥୀ ପଞ୍ଜୀକୃତ ହୋଇସାରିଛନ୍ତି। ଯେଉଁମାନେ ନାମ ପଞ୍ଜିକରଣ କରିପାରି ନାହାନ୍ତି େସମାନେ ସମ୍ପ୍ରସାରିତ ତାରିଖ ମଧ୍ୟରେ ସଞ୍ଚାର ଜରିଆରେ ଆବେଦନ କରିବାକୁ ଅଧ୍ୟକ୍ଷ କହିଛନ୍ତି। ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ଷଷ୍ଠ ଶ୍ରେଣୀରେ ଛାତ୍ରମାନଙ୍କ ପାଇଁ ୮୦ ଟି ସ୍ଥାନ ଏବଂ ଛାତ୍ରୀଙ୍କ ପାଇଁ ୧୦ଟି ସ୍ଥାନ ଖାଲି ଅଛି। ୨୦୧୦ ଏପ୍ରିଲ ୧ରୁ ୨୦୧୨ ମାର୍ଚ୍ଚ ୩୧ତାରିଖ ମଧ୍ୟରେ ଜନ୍ମ ହୋଇଥିବା ଛାତ୍ର-ଛାତ୍ରୀମାନେ ପରୀକ୍ଷା ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି।

Comments are closed.