ମାର୍ଚ୍ଚ ୩୧ରେ ବଜାରକୁ ଆସିବ ସବୁଠାରୁ ଶସ୍ତା ଆଇଫୋନ

-୩୦ହଜାର ଟଙ୍କାରୁ କମ୍ ମୂଲ୍ୟରେ ହେବ ବଜାର ପ୍ରବେଶ
-ଏହାର ନାମ ଆଇଫୋନ ଏସଇ-୨ କିମ୍ବା ଆଇଫୋନ-୯ ହୋଇପାରେ
ନୂଆଦିଲ୍ଲୀ : ଚଳିତ ବର୍ଷ ମାର୍ଚ୍ଚ ୩୧ରେ ହେବାକୁଥିବା ଆପଲର କାର୍ଯ୍ୟକ୍ରମରେ ସବୁଠାରୁ ଶସ୍ତା ଆଇଫୋନ ଲଞ୍ଚ ହୋଇପାରେ। ଯାହାର ମୂଲ୍ୟ ୩୦ହଜାର ଟଙ୍କାରୁ କମ୍ ହେବ ବୋଲି ଅନୁମାନ କରାଯାଉଛି। ଏହାର ନାମ ଆଇଫୋନ ଏସଇ-୨ କିମ୍ବା ଆଇଫୋନ-୯ ହେବାର ସୂଚନା ମିଳିଛି। ଏନେଇ ଜର୍ମାନୀର ଏକ ୱେବସାଇଟ ସୂଚନା ଦେଇଥିବା ବେଳେ ଆପଲ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।
ଜର୍ମାନୀର ଏକ ୱେବସାଇଟର ସୂଚନା ଅନୁସାରେ, ଆପଲର ଏହି ଫୋନ ମାର୍ଚ୍ଚ ୩୧ରେ ଲଞ୍ଚ ହେବ। ଏପ୍ରିଲ ୨ରୁ ଏହାର ବିକ୍ରି ଆରମ୍ଭ ହେବ। ଫୋନର ସାଇଜ୍ ଆଇଫୋନ-୫ ଭଳି ହେବ ବୋଲି ଅନୁମାନ କରାଯାଉଛି। ଏଥିରେ ୪.୭ଇଞ୍ଚର ଡିସପ୍ଲେ ପାଇପାରିବେ।

Comments are closed.