ଆଜି ଆପଲ୍ କରିବ ବଡ଼ ଘୋଷଣା; ଲଞ୍ଚ ହେବ ଆଇଫୋନ୍ ୧୪ ସିରିଜ୍

ନୂଆଦିଲ୍ଲୀ: ଆପଲ୍ କମ୍ପାନୀ ତାର ଗ୍ରାହକ ମାନଙ୍କ ପାଇଁ ନୂଆ ଫୋନ୍ ଆଣିବାକୁ ଯାଉଛି । ଆଜି ଆମେରିକାର ଟେକ୍ ଜଏଣ୍ଟ୍ ଆପଲର ପରବର୍ତ୍ତୀ ଆଇଫୋନ୍ ୧୪କୁ ନେଇ ବଡ଼ ଘୋଷଣା କରିବ । ସୂଚନା ମୁତାବକ ଏହା ଏହି ଆପଲ୍ ଇଭେଣ୍ଟ କମ୍ପାନୀର ତୃତୀୟ ଲାଇଭ୍ ଇଭେଣ୍ଟ ହେବ । ଆପଲ୍ ଇଭେଣ୍ଟକୁ ଆପଣମାନେ ଆପଲ୍ ଡଟ୍ କମ୍, ଆପଲର ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ଆପଲ୍ ଟିଭି ଆପରେ ଲାଇଭ୍ ଦେଖିପାରିବେ । ହେବାକୁ ଥିବା ଏହି ଇଭେଣ୍ଟକୁ ନେଇ ଆପଲ୍ କମ୍ପାନୀ ପକ୍ଷରୁ ବିବୃତ୍ତି ରଖାଯାଇଛି । କମ୍ପାନୀ କହିଛି ଯେ, ଆଜି ଭାରତରେ ଆପଲ୍ ଆଇଫୋନ୍ ୧୪ର ଇଭେଣ୍ଟ ହେବାକୁଯାଉଛି । ରାତି ସାଢ଼େ ୧୦ଟାରେ ଏହି ଇଭେଣ୍ଟ ଅନୁଷ୍ଠିତ ହେବ ।

ଏମିତି ଆସେ ହାର୍ଟ ଆଟାକ୍; ଦେଖନ୍ତୁ ଲାଇଭ୍‌ ଭିଡିଓ

ଆଜି ଲଞ୍ଚ ହେବ ଆଇଫୋନ୍ ୧୪ ସିରିଜ୍
ଆପଲ୍ ଆଇଫୋନ୍ ୧୪ ସିରିଜ୍ ଆଜି ଲଞ୍ଚ ହେବାକୁ ଯାଉଛି । ଏହି ସିରିଜରେ ଆଇଫୋନ୍ ୧୪, ଆଇଫୋନ୍ ୧୪ ପ୍ଲସ, ମ୍ୟାକ୍ସ, ଆଇଫୋନ୍ ୧୪ ପ୍ରୋ ଏବଂ ଆଇଫୋନ୍ ୧୪ ପ୍ରୋ ମ୍ୟାକ୍ସ ଲଞ୍ଚ କରାଯିବ । କୁହାଯାଉଛି ଉଭୟ ଆଇଫୋନ୍ ୧୪ ଏବଂ ଆଇଫୋନ୍ ୧୪ ପ୍ରୋରେ ୬.୧ ଇଞ୍ଚର ଡିସପ୍ଲେ ରହିବ । ତାହା ସହିତ ଆଇଫୋନ୍ ୧୪ ମ୍ୟାକ୍ସ / ପ୍ଲସ୍ ଏବଂ ଆଇଫୋନ୍ ପ୍ରୋ ମ୍ୟାକ୍ସରେ ୬.୭-ଇଞ୍ଚର ଡିସପ୍ଲେ ରହିବ ।

ଖାଲି ସେତିକି ନୁହେଁ, ଆଜି ଆପଲ୍ କମ୍ପାନୀ ପକ୍ଷରୁ ସୁଲଭ ମୂଲ୍ୟରେ ଉପଭୋକ୍ତାଙ୍କ ପାଇଁ ଘଣ୍ଟା ଘଣ୍ଟା ଲଞ୍ଚ କରିବ । ଯାହାକି ଅଳ୍ପ ଟଙ୍କାରେ ଗ୍ରାହକ ମାନେ କିଣିପାରିବେ । ଯୁବ ଉପଭୋକ୍ତାଙ୍କୁ ଆକର୍ଷିତ କରିବା ପାଇଁ କମ୍ପାନୀ ପକ୍ଷରୁ ଅନେକ ନୂତନ ପଦକ୍ଷେପ ନିଆଯାଇପାରେ ବୋଲି କୁହାଯାଉଛି ।

Comments are closed.