କାହାର ସ୍ବପ୍ନ ପୂରଣ କରିବାକୁ ଇଚ୍ଛା ଥିଲେ ନିଜେ ପ୍ରଥମେ ସ୍ବପ୍ନ ଦେଖିବା ଉଚିତ – ଡ. ଏପିଜେ ଅବଦୁଲ କାଲାମ

ଆଜି ଦେଶର ପୂର୍ବତନ ରାଷ୍ଟ୍ରପତି ଓ ମହାନ ବୈଜ୍ଞାନିକ ଡ. ଏପିଜେ ଅବଦୁଲ କାଲାମଙ୍କ ୬ଷ୍ଠ ପୁଣ୍ୟତିଥି । ।ଡକ୍ଟର ଏ.ପି.ଜେ ଅବଦୁଲ କାଲାମଙ୍କ ଜନ୍ମ ୧୯୩୧ ମସିହା ଅକ୍ଟୋବର ମାସ ୧୫ ତାରିଖରେ ହୋଇଥିଲା। ତାମିଲନାଡୁର ରାମେଶ୍ବରମ ଠାରେ ସେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ମୃତ୍ୟୁ ୨୦୧୫ ମସିହା ଜୁଲାଇ ୨୭ ତାରିଖରେ ମେଘାଳୟର ଶିଲଙ୍ଗ ଠାରେ ହୋଇଥିଲା।
ଡକ୍ଟର ଏ.ପି.ଜେ ଅବଦୁଲ କାଲାମ ଜଣେ ପ୍ରଖ୍ୟାତ ଭାରତୀୟ ବୈଜ୍ଞାନିକ ଓ ଭାରତର ଏକାଦଶ ରାଷ୍ଟ୍ରପତି ଥିଲେ। ସେ ଦେଶର କିଛି ମହତ୍ତ୍ବପୂର୍ଣ୍ଣ ସଙ୍ଗଠନ ( ଡିଆରଡିଓ ଓ ଇସରୋ )ରେ କାର୍ୟ୍ୟ କରିଥିଲେ। ସେ ୧୯୯୮ରେ ପୋଖରଣ ଦ୍ବିତୀୟ ପରମାଣୁ ପରୀକ୍ଷଣରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଡକ୍ଟର କାଲାମ ଭାରତର ଅନ୍ତରୀକ୍ଷ କାର୍ୟ୍ୟକ୍ରମ ଓ ମିଶାଇଲର ବିକାଶ କାର୍ୟ୍ୟକ୍ରମ ସହ ଯୋଡି ହୋଇଥିଲେ। ତେଣୁ ତାଙ୍କୁ “ମିଶାଇଲ ମ୍ୟାନ” କୁହାଯାଏ। ୨୦୦୨ ମସିହାରେ କାଲାମ ଭାରତର ରାଷ୍ଟ୍ରପତି ହୋଇଥିଲେ । ୫ବର୍ଷ ଏହି ପଦବୀରେ ରହିବା ପରେ ସେ ଲେଖିବା, ସାର୍ବଜନୀନ ସେବା କାର୍ୟ୍ୟକୁ ଆପଣେଇ ଥିଲେ। ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ, ଭାରତ ରତ୍ନ ସହ ଅନେକ ପ୍ରତିଷ୍ଠିତ ପୁରସ୍କାରରେ ସମ୍ମାନିତ କରାଯାଇଥିଲା
ସବୁଠାରୁ ଭଲ କାମ କ’ଣ ହୋଇଥାଏ ? କୌଣସି ବ୍ୟକ୍ତିକୁ ଖୁସି କରିବା, ଭୋକିଲା ବ୍ୟକ୍ତିକୁ ଖାଇବାକୁ ଦେବା, ଆବଶ୍ୟକ ଥିବା ବ୍ୟକ୍ତିକୁ ସାହାଯ୍ୟ କରିବା, ଦୁଃଖି ବ୍ୟକ୍ତିର ଦୁଃଖ ହାଲୁକା କରିବା ଇତ୍ୟାଦିକୁ ବୁଝିଥାଉ। ଏହା ଭାରତର ପୂର୍ବ ରାଷ୍ଟ୍ରପତି ଓ ମିଶାଇଲ ମ୍ୟାନ ଅବଦୁଲ କାଲାମଙ୍କ ବାଣୀ ଥିଲା। ସେ ଭାରତର ସର୍ବୋଚ୍ଚ ପଦ ସମ୍ଭାଳିଥିଲେ। ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ମିଳିଥିଲା। କିନ୍ତୁ ନିଜେ ପାଇଥିବା ପଦବୀ ପାଇଁ କେବେ ବି ତାଙ୍କ ମନରେ ଅହଙ୍କାର ନଥିଲା। ସେ ସର୍ବଦା ଲୋକଙ୍କ ସେବା କରିବା ନିମନ୍ତେ ତତ୍ପର ରହୁଥିଲେ। ଦେଶ ସେବା ଓ ମାନବ ସେବାକୁ ସେ ତାଙ୍କର ପ୍ରଥମ ଓ ଶେଷ ଲକ୍ଷ୍ୟ ଭାବେ ମାନିଥିଲେ। ସେ ଏହି ପଥକୁ ଜୀବନର ଲକ୍ଷ୍ୟ ଭାବେ ଆପଣେଇ ନେଇଥିଲେ। ସେ ନିଜ ଜୀବନକାଳରେ କିଛି ପ୍ରେରଣାଦାୟୀ ବାଣୀ କହିଥିଲେ। ତାଙ୍କର ଆଦର୍ଶ ଓ ପ୍ରେରଣାଦାୟୀ ବାଣୀ ଆମେ ମାନି ଆଗକୁ ବଢିବା ଉଚିତ। କାରଣ ଏହା ମାନିବା ଦ୍ବାରା ପ୍ରତ୍ୟେକ ବ୍ୟକ୍ତିଙ୍କ ଭବିଷ୍ୟତ ଉଜ୍ବଳମୟ ହେବ। ଆସନ୍ତୁ ଜାଣିବା ତାଙ୍କର ପ୍ରେରଣାଦାୟୀ ବାଣୀ ବିଷୟରେ ..

ଭଗବାନ ଆମର ନିର୍ମାତା ଅଟନ୍ତି। ସେ ଆମର ମନ, ମସ୍ତିଷ୍କ ଓ ବ୍ୟକ୍ତିତ୍ବକୁ ଅନେକ ପ୍ରକାର ଶକ୍ତି ଓ ଯୋଗ୍ୟତା ଦେଇଛନ୍ତି। ପ୍ରାର୍ଥନା କରିବା ଦ୍ବାରା ଆମର ଶକ୍ତି ବଢି ଥାଏ। ତେଣୁ ସର୍ବଦା ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ।

ଗୋଟିଏ ଭଲ ବହି ଆମର ଶହେ ବନ୍ଧୁଙ୍କ ସହ ସମାନ ହୋଇଥାଏ। କିନ୍ତୁ ଜଣେ ଭଲ ବନ୍ଧୁ ଏକ ପୁସ୍ତକାଳୟ ପରି ହୋଇଥାଏ। ତେଣୁ ପ୍ରତ୍ୟେକଙ୍କ ଜୀବନରେ ଜଣେ ଭଲ ବନ୍ଧୁ ରହିବା ଆବଶ୍ୟକ।

କେବେ ବି ଆଶା ଛାଡିବା ଉଚିତ ନୁହେଁ। ଏବଂ ନିଜକୁ ହାରିବାକୁ ଦେବା ମଧ୍ୟ ଉଚିତ ନୁହେଁ
କାହାର ସ୍ବପ୍ନ ପୂରଣ କରିବାକୁ ଇଚ୍ଛା ଥିଲେ ନିଜେ ପ୍ରଥମେ ସ୍ବପ୍ନ ଦେଖିବା ଉଚିତ

ଉଚ୍ଚତାରେ ପହଞ୍ଚିବାକୁ ହେଲେ ଶକ୍ତି ଅର୍ଥାତ ଯୋଗ୍ୟତା ଥିବା ଆବଶ୍ୟକ। ସେହି ଉଚ୍ଚତା ଏଭରେଷ୍ଟ ଚଢିବା ହେଉ କି ଆପଣଙ୍କ କ୍ୟାରିଅର ହେଉ

କଷ୍ଟ ଜୀବନର ଏକ ଅଂଶ ଅଟେ। ସେହି କାରଣରୁ ଜୀବନ ସରି ଯାଇ ନଥାଏ। କିନ୍ତୁ ନିଜେ ସେହି କଷ୍ଟରୁ ବାହାରିବା ପାଇଁ ଚେଷ୍ଟା କରିବା ଉଚିତ। ଏହାଦ୍ବାରା ନିଜର ଶକ୍ତି ଓ ସାହାସ ଜାଣି ହୁଏ। କଷ୍ଟକୁ ମଧ୍ୟ ଜାଣିବାକୁ ଦିଅନ୍ତୁ ଯେ, ଆପଣ ତାକୁ କେତେ ଅସୁବିଧାରେ ପକାଇ ପାରନ୍ତି

ଧର୍ମ ସ୍ଥାପନା ପାଇଁ କାହାକୁ ମାରିବା କୌଣସି ଧର୍ମଗ୍ରନ୍ଥରେ ଲେଖା ହୋଇ ନାହିଁ।

ପ୍ରତ୍ୟେକ ମନୁଷ୍ୟ ଜୀବନରେ ଅସୁବିଧା ଆସିବା ଦରକାର। କାରଣ ସେହି ଅସୁବିଧା ସଫଳତାର ସୁଖ ଦେଇଥାଏ।

ନିଜ ମିଶନରେ ସଫଳ ହେବାକୁ ହେଲେ ଆମକୁ ନିଜର ଲକ୍ଷ୍ୟ ଓ ଏକାଗ୍ରଚିତ୍ତ ହୋଇ କାମ କରିବା ଆବଶ୍ୟକ। ଏହାଦ୍ବାରା ସଫଳତା ନିଶ୍ଚୟ ମିଳିବ।

 

Comments are closed.