ଅଲ୍‌ ଓଡ଼ିଶା ଯୋଗ ଆସୋସିଏସନ୍‌ର ନୂତନ ମୁଖ୍ୟ କାର୍ଯ୍ୟାଳୟ

କଟକ:ଅଲ ଓଡିଶା ଯୋଗ ଆସୋସିଏସନର ନୂତନ ମୁଖ୍ୟ କାର୍ଯ୍ୟାଳୟ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲାର ବିଜୁ ପଟ୍ଟନାୟକ ଛକ ନିକଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଲ ଓଡିଶା ଯୋଗ ଆସୋସିଏସନ ସାଧାରଣ ସମ୍ପାଦକ ଆଦିତ୍ୟ କୁମାର ଜେନା, ରାଜ୍ୟ ସଂଯୋଜକ ଅୟସକାନ୍ତ ଦାସ ,ସ୍ୱାମୀ ସନ୍ତାନଆନନ୍ଦଜି ସରସ୍ୱତୀ, ଅଫିସିଆଲ ଭାବେ ମନୋଜ କୁମାର ମୁଖାର୍ଜୀ ଉପସ୍ଥିତ ଥିଲେ। ସରକାରଙ୍କ କୋଭିଡ ନିୟମକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ରକ୍ଷାକରି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାଧାରଣ ସମ୍ପାଦକ ଆଦିତ୍ୟ କୁମାର ଜେନା ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୋଗ ସଂଯୋଜକ ଓ ସମସ୍ତ ଜିଲ୍ଲା ସଂଯୋଜକ ଯୋଗ ଦେଇଥିଲେ।

Comments are closed.