ଅନୁଗୋଳ : ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ : ଅନୁଗୋଳ ଜିଲ୍ଳାରେ ଗଛ ଡ଼ାଳରୁ ଝୁଲନ୍ତା ଅବସ୍ଥାରେ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଜିଲ୍ଳାର ପୁରୁଣାକୋର୍ଟ ଥାନା କୋଠଭୂଇଁ ପଞ୍ଚାୟତ କୁମରି ଗାଁରୁ ଏହି ମୃତଦେହ ଠାବ କରାଯାଇଛି । ଯାହାକୁ ନେଇ ସମଗ୍ର ଅଞ୍ଚଳରେ  ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ତେବେ ସେମାନେ ବିବାହିତ ହୋଇଥିଲେ ମଧ୍ୟ ଦମ୍ପତ୍ତି ନ ଥିବା ଜଣାପଡିଛି। କିନ୍ତୁ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.