ମନ୍ଦିର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଅନୁଗୁଳ : ଅନୁଗୁଳ ଜିଲା ତାଳଚେର ଗୋଡିବନ୍ଧ ନିକଟସ୍ଥ ଶିବରାମପୁରର ଶିବ ମନ୍ଦିର ଭିତରେ ସୋମବାର ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କର ମୃତଦେହ ଦେଖିବାକୁ ମିଳିଛି। ମୃତକ ଜଣଙ୍କ ଏକଡ଼ାଳ ଗ୍ରାମର କାଳିଆ ବେହେରା ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଆଜି ସକାଳେ ମନ୍ଦିରକୁ ପୂଜା କରିବା ପାଇଁ ଯାଉଥିବା ପୂଜକ ଏହା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ମନ୍ଦିର ଭିତରରେ ଥିବା ନନ୍ଦୀଙ୍କ ଉପରେ ଝୁଲୁଥିବା ଘଣ୍ଟିରେ ରଶୀ ଲଗାଇ ଝୁଲୁଥିବା ଦେଖିବାକୁ ମିଳିଛି। ପରେ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ପୁଲିସଙ୍କୁ ସୂଚନା ଦେଇଥିଲେ। କେହି ଦୁର୍ବୃତ୍ତ ତାଙ୍କୁ ମାରି ଏଠାରେ ଝୁଲାଇ ଦେଇଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Comments are closed.