ସିରିଡି ସାଇ ଟ୍ରେନରୁ ଖସି ଡାକ୍ତର ମୃତ

ଅନୁଗୁଳ: ଅନୁଗୁଳ ଜିଲା ବଇଣ୍ଡା ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରୁ ଖସି ଡାକ୍ତରଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି କ୍ୟାପିଟାଲ ହସ୍ପିଟାଲର ପୂର୍ବତନ ମେଡିସିନ ସ୍ପେଶାଲିଷ୍ଟ କୁଳମଣି ସାମଲ । ସାଇନଗର ରୁ ପୁରୀ ଯାଉଥିବା ଟ୍ରେନରେ ଭୁବନେଶ୍ବର ଯିବା ପାଇଁ ବାହାରିଥିବା ଡାକ୍ତର ସାମଲ ଟ୍ରେନରେ ଚଢ଼ୁ ଥିବା ସମୟରେ ଗୋଡ଼ ଖସି ଯାଇଥିଲା। ସେହି ସମୟରେ ଟ୍ରେନ ଛାଡି ଦେବାରୁ ଟ୍ରାକରେ ଡାକ୍ତରଙ୍କୁ ଟ୍ରେନ କିଛି ବାଟ ଘୋସାଡି ହୋଇଯାଇଥିଲେ । ଫଳରେ ଡାକ୍ତରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି । ମୃତ ଡାକ୍ତରଙ୍କ ପରିବାର ଲୋକ କେହି ପହଞ୍ଚି ନଥିବାରୁ ଡାକ୍ତରଙ୍କ ମୃତ ଶରୀରକୁ ବଇଣ୍ଡା ରେଳବାଇ ପୋଲିସ ନିକଟରେ ରହିଛି।

Comments are closed.