ବେଆଇନ କଫସିରଫ ବିକ୍ରି ; ୫୪୦ ବୋତଲ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲାସ୍ଥିତ ସରସ୍ବତୀ ମେଡିସିନ ଷ୍ଟୋରରେ ବେଆଇନ ଭାବେ କଫସିରଫ ବକ୍ରି ହେଉଥିବା ଖବର ପାଇ ଅନୁଗୁଳ ପୁଲିସ ଚଢାଉ କରିଥିଲା । ଚଢାଉ ସମୟରେ ପୁଲିସ ଦୁଇଟୁ ଭିନ୍ନ ଭିନ୍ନ କମ୍ପାନୀର ୫୪୦ ବୋତଲ କଫସିରଫ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ।  ଅଭିଯୁକ୍ତ ଜଣଙ୍କ ଅନୁଗୁଳ ଜିଲାର କୁମୁଣ୍ଡା ଗ୍ରାମର ପବିତ୍ର ସାହୁ ବୋଲି ଜଣାପଡ଼ିଛି।

 ସୂଚନା ଅନୁଯାୟୀ, ଅଭିଯୁକ୍ତ ପବିତ୍ର ମେଡିସିନ ଷ୍ଟୋର ଏବଂ ନିଜ ଘରେ ଏହି ସବୁ କଫସିରଫ ଗୁଡିକ ରଖି ବେଆଇନ ଭାବେ ବିକ୍ରି କରୁଥିଲା।

Comments are closed.