ସ୍ୱଦେଶୀ ଜ୍ଞାନ କୌଶଳରେ ତିଆରି ହେଉଛି ଆଣ୍ଟି ଡ୍ରୋନ୍‌- ଖୁବ୍‌ ଶୀଘ୍ର ସୁରକ୍ଷ। ବାହିନୀରେ ସାମିଲ ହେବ ବୋଲି ସୂଚନା ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ – ସ୍ୱଦେଶୀ ଜ୍ଞାନ କୌଶଳରେ ଆଣ୍ଟି ଡ୍ରୋନ୍‌ ତିଆରି କରାଯାଉଛି । ଭାରତର ସୀମାରେ ଏବଂ କାଶ୍ମୀରରେ ଡ୍ରୋନ୍‌ ଆକ୍ରମଣ ବୃଦ୍ଧି ପାଇଛି । ଏହା ସହ ଆତଙ୍କବାଦୀଙ୍କୁ ସୀମା ଅଞ୍ଚଳରେ ଡ୍ରୋନ୍‌ ସାହାଯ୍ୟରେ ବିଭିନ୍ନ ଆଗ୍ନେୟାସ୍ତ୍ର ଯୋଗାଇ ଦିଆଯାଉଛି । ଏହାକୁ ପ୍ରତିହତ କରିବା ପାଇଁ ସ୍ୱଦେଶୀ ଜ୍ଞାନ କୌଶଳରେ ତିଆରି କରାଯାଇଥିା ଆଣ୍ଟି ଡ୍ରୋନ୍ ଖୁବ୍‌ ଶୀଘ୍ର ସୁରକ୍ଷାବଳମାନଙ୍କୁ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି ।

ବିଶ୍ୱର ଶ୍ରେଷ୍ଠ ଆଣ୍ଟି ଡ୍ରୋନ୍‌ମାନଙ୍କ ମଧ୍ୟରେ ଏହା ଅନ୍ୟତମ । ବିଏସ୍‌ଏଫ୍‌, ଏନ୍‌ଏସ୍‌ଜି ଏବଂ ଡିଆର୍‌ଡିଓ ପକ୍ଷରୁ ମିଳିତ ଭାବରେ ଏଥିପାଇଁ କାମ କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଆମ ବୈଜ୍ଞାନିକମାନଙ୍କ ଦ୍ୱାରା ବିକାଶ କରାଯାଇଥିବା ଡ୍ରୋନ୍‌ ସୁରକ୍ଷାବାହିନୀର ଜବାନମାନଙ୍କୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ରାଜସ୍ଥାନରେ ବିଏସ୍‌ଏଫ୍‌ର ଜବାନମାନଙ୍କୁ ସମ୍ବୋଧିତ କରିବା ସମୟରେ ଶାହ ଏହି ସୂଚନା ଦେଇଛନ୍ତି ।

ପ୍ରଥମଥର ପାଇଁ ବିଏସ୍‌ଏଫ୍‌ର ସ୍ଥାପନା ଦିବସର ଭାରତ ପାକିସ୍ତାନ ସୀମାରେ ପାଳନ କରାଯାଇଛି । ସୀମାରେ ପହରା ଦେଉଥିବା ଜବାନମାନଙ୍କ ଯୋଗୁଁ ଦେଶ ସୁରକ୍ଷିତ ରହିବା ସହ ଏହାର ପ୍ରଗତି ହେଉଥିବା କଥା ଶାହ କହିଛନ୍ତି । ସୀମା ସୁରକ୍ଷା ଦେଶର ସୁରକ୍ଷା ବୋଲି ସେ ଏହି ଅବସରରେ ପ୍ରକାଶ କରିଛନ୍ତି ।

Comments are closed.