ଆୟୁଷ୍ମାନ ଭାରତକୁ ବି ଗ୍ରହଣ କରୁନାହାନ୍ତି ଅଣ-ବିଜେପି ଶାସିତ ରାଜ୍ୟ

ନୂଆଦିଲ୍ଲୀ: ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବାପାଇଁ ଆୟୁଷ୍ମାନ ଭାରତ ଭଳି କେନ୍ଦ୍ରୀୟ ଯୋଜନାକୁ ଅଣ-ବି.ଜେ.ପି. ଶାସିତ ରାଜ୍ୟଗୁଡ଼ିକ ଲାଗୁ କରୁ ନାହାନ୍ତି ବୋଲି ବରିଷ୍ଠ ବିଜେପି ନେତା ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍‍ଡେକର ଅଭିଯୋଗ କରିଛନ୍ତି। ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି, କୌଣସି ବିରୋଧି ଦଳର ନାଁ ନ ନେଇ ସେ କହିଛନ୍ତି, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗର ବିଜେପି ସରକାର ମେଟ୍ରୋ ରେଲର ସମ୍ପ୍ରସାରଣ ସହ ଅନେକ ବିକାଶମୂଳକ ପ୍ରକଳ୍ପ ହାତକୁ ନେଇଛନ୍ତି।

ଦଳୀୟ ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ଅଭିଯୋଗ କରିଛନ୍ତି, ଦିଲ୍ଲୀରେ ଅରବିନ୍ଦ କେଜରିୱାଲ୍‍ ମିଥ୍ୟା ପ୍ରତିଶ୍ରୁତି ଦେଇ ସରକାର ଗଠନ କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ସରକାର କେବଳ ବିଜ୍ଞାପନରେ ବ୍ୟସ୍ତ ଅଛନ୍ତି। କଂଗ୍ରେସ ଏବଂ ଆପ୍‍ ନେତାମାନେ ଦିଲ୍ଲୀର ପରିବେଶ ଦୂଷିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଜାତୀୟ ରାଜଧାନୀ ଦିଲ୍ଲୀର ବିକାଶ କେନ୍ଦ୍ରରେ ବିଜେପି ସରକାରଙ୍କ ନେତୃତ୍ୱରେ ସମ୍ଭବ ହୋଇପାରିବ। ରାଜଧାନରେ ବେଆଇନ ଭାବେ ଗଢ଼ି ଉଠିଥିବା ୧୭୦୦ କଲୋନୀକୁ କେନ୍ଦ୍ର ପକ୍ଷରୁ ସମ୍ପତ୍ତି ଅଧିକାର ପ୍ରଦାନ କରାଯାଇଛି। ଏହାଦ୍ୱାରା ରାଜଧାନୀ ଦିଲ୍ଲୀରେ ୪୦ ଲକ୍ଷ ପରିବାର ନୂଆ ଆଶାର କିରଣ ପାଇପାରିଛନ୍ତି ଏବଂ ଏଥିପାଇ କେନ୍ଦ୍ରର ଭୂମିକାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଏହି ର‍୍ୟାଲିର ଆୟୋଜନ କରାଯାଇଥିଲା।

Comments are closed.