ଅଂଶୁପା କନିଷ୍ଠ ମହାବିଦ୍ୟାଳୟରେ ଭୋଟର ଶିକ୍ଷା ସମ୍ପର୍କିତ ପ୍ରଶିକ୍ଷଣ

ବାଙ୍କୀ: ଅଂଶୁପା କନିଷ୍ଠ ମହାବିଦ୍ୟାଳୟ ପରିସରରେ ସୋମବାର ଦିନ ବ୍ୟବସ୍ଥିତ ଭୋଟର ଶିକ୍ଷା ଏବଂ ଚୟନକର୍ତ୍ତା ଅଂଶଗ୍ରହଣ ଜନିତ ଏକ ପ୍ରଶିକ୍ଷଣ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡମପଡା ତହସିଲଦାର କ୍ଷିତିଶ ବେହେରା ମୁଖ୍ୟଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଦ୍‍ଘାଟନ କରିଥିଲେ। ଆଗାମି ପଞ୍ଚାୟତ ନିର୍ବାଚନରେ କିଭଳି ଭାବରେ ଛାତ୍ରଛାତ୍ରୀ ମାନେ ପୁର୍ଣ୍ଣ ସଂଖ୍ୟାରେ ନିଜର ମତଦାନ କରି ଚୟନକର୍ତ୍ତା ନିର୍ବାଚିତ କରାଇ ପାରିବେ ସେ ସମ୍ପର୍କରେ ଆଲୋଚନା ଓ ପ୍ରଶିକ୍ଷଣ ଦିଆଯାଇଛି। ଅଂଶୁପା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଧରଣିଧର ଜେନା, କନିଷ୍ଠ ମହାବିଦ୍ୟାଳୟର ପ୍ରଧ୍ୟାପକ ପ୍ରଦୀପ୍ତ କୁମାର ସାହୁ, ଅଧ୍ୟାପକ ଲୋଚନ ଗୋଚ୍ଛି, ବିଶ୍ୱଜିତ୍‍ ମନ୍ତ୍ରୀ, ବିଜୟ କୁମାର ଜେନା ପ୍ରମୁଖ ଆଲୋଚନାରେ ସକ୍ରିୟ ବିଷୟଗତ ଆଲୋଚନା କରିଥିଲେ। ମହାବିଦ୍ୟାଳୟର ଗ୍ରନ୍ଥାଗାରିକ ସଦାସିବ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Comments are closed.