ଖୁବ ଶୀଘ୍ର ମିଳିବ ଆଉ ଏକ ପରିଚୟ ପତ୍ର

କେନ୍ଦ୍ର ସରକାର ଖୁବ୍‍ ଶୀଘ୍ର ୟୁନିକ୍‍, ଜମି, ପାର୍ସଲ୍‍ ଚିହ୍ନଟ ନମ୍ବର ଜାରି କରିବେ। ଏଥିପାଇଁ ଅଲଗା ଅଲଗା ପରିଚୟପତ୍ର ଆବଣ୍ଟନ କରାଯିବ। ଏହି ବ୍ୟବସ୍ଥାକୁ ଅଗ୍ରାଧିକାର ଭିତ୍ତିରେ କେତେକ ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି। ଗତ ମାସରେ ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟର ସ୍ଥାୟୀ କମିଟି ପକ୍ଷରୁ ଏହି ବିଷୟରେ ସୂଚନା ଦିଆଯାଇଥିଲା। ୟୁନିକ୍‍ ଜମି ପାର୍ସଲ୍‍ ଚିହ୍ନଟ ନମ୍ବର ବ୍ୟବସ୍ଥାରେ ୧୪ ସଂଖ୍ୟା ବିଶିଷ୍ଟ ଏକ ପରିଚୟପତ୍ର ଦିଆଯିବାର ବ୍ୟବସ୍ଥା କରାଯାଇଛି।

ଏହା ଲୋକମାନଙ୍କୁ ଜମିଜମା ରେକର୍ଡ ସଂକ୍ରାନ୍ତୀୟ ସେବା ପ୍ରଦାନକୁ ନିଶ୍ଚିତ କରିବ। ବିଭିନ୍ନ ବିଭାଗ ପକ୍ଷରୁ ମଧ୍ୟ ଜମିଜମା ରେକର୍ଡ ସଂକ୍ରାନ୍ତୀୟ ତଥ୍ୟ ଆଦାନପ୍ରଦାନ ଏହା ଦ୍ୱାରା ସରଳ ହେବ ବୋଲି କୁହାଯାଉଛି।

Comments are closed.