ଆଜମ ଖାଁଙ୍କ ଉପରେ ପୁଣି ଇସିଙ୍କ କଟକଣା

ନୂଆଦିଲ୍ଲୀ : ନିର୍ବାଚନ ଆଚରଣବିଧି ଉଲ୍ଳଙ୍ଘନ କରିବା ନେଇ ସମାଜବାଦୀ ପାର୍ଟି (ଏସପି)ନେତା ଆଜମ ଖାଁଙ୍କ ଉପରେ ନିର୍ବାଚନ ଆୟୋଗ ପୁଣି ଥରେ କଟକଣା ଲାଗୁ କରିଛନ୍ତି। କଟକଣା ଅନୁଯାୟୀ ମେ ୧ ତାରିଖ ସକାଳ ୬ଟାରୁ ୪୮ଘଣ୍ଟା ପାଇଁ ଆଜମ କୌଣସି ନିର୍ବାଚନ ପ୍ରଚାର କରିପାରିବେ ନାହିଁ। ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କ ବିରୋଧରେ ଆଜମ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପାଇଁ ଏହି କଟକଣା ଲାଗୁ କରାଯାଇଛି। ଏହା ପୂର୍ବରୁ ଏପ୍ରିଲ ୧୫ ତାରିଖରେ ଇସି ଆଜମଙ୍କ ଉପରେ ୭୨ଘଣ୍ଟା ପାଇଁ କଟକଣା ଲାଗୁ କରିଥିଲେ।

Comments are closed.