ଆଉ ୭୫୬ କରେନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ୨୧,୨୭୩କୁ ବୃଦ୍ଧି

ଭୁବନେଶ୍ୱର : ଶନିବାର ରାଜ୍ୟରୁ ଆଉ ୭୫୬ କରେନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୧,୨୭୩କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୬୨, ଗଞ୍ଜାମରୁ ୧୩୯, କଟକରୁ ୭୮, ସୁନ୍ଦରଗଡରୁ ୫୮, ଗଜପତିରୁ ୪୯, ଭଦ୍ରକରୁ ୩୩, କେନ୍ଦୁଝରରୁ ୩୧, ପୁରୀରୁ ୨୮, ନୟାଗଡ଼ରୁ ୨୨, ରାୟଗଡାରୁ ୨୦ ଏବଂ ବାଲେଶ୍ୱରରୁ ୧୯ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ସେହିପରି କୋରାପୁଟରୁ ୧୮, ମାଲକାନଗିରିରୁ ୧୬, ନବରଙ୍ଗପୁରରୁ ୧୩, କନ୍ଧମାଳ ଓ ସମ୍ବଲପୁରରୁୁ ୧୦ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟପକ୍ଷରେ ଯାଜପୁର ଓ କେନ୍ଦ୍ରାପଡାରୁ ୯ ଜଣ ଲେଖାଏଁ, ଜଗତସିଂହପୁରରୁ ୮, ବରଗଡ଼ରୁ ୭, ଢେଙ୍କାନାଳ ଓ ଝାରସୁଗୁଡାରୁ ୬ ଜଣ ଲେଖାଏଁ, ବଲାଙ୍ଗୀର ଓ କଳାହାଣ୍ଡିରୁ ୨ ଜଣ ଲେଖାଏଁ ଏବଂ ଅନୁଗୋଳରୁ ଜଣେ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

 

Comments are closed.