ସୁସ୍ଥ ହେଲେ ଆଉ ୭୨୮ କରୋନା ଆକ୍ରାନ୍ତ : ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୮ହଜାର ୧୦୨କୁ ବୃଦ୍ଧି

ଭୁବନେଶ୍ବର : ବୁଧବାର ରାଜ୍ୟରୁ ଆଉ ୭୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୮ହଜାର ୧୦୨କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୦୩, ମୟୂରଭଞ୍ଜରୁ ୭୩, ସୁନ୍ଦରଗଡ଼ରୁ ୬୭, ନୂଆପଡାରୁ ୪୪, କଟକରୁ ୪୨, ବାଲେଶ୍ବରରୁ ୩୭, ବଲାଙ୍ଗୀରରୁ ୩୨, ଜଗତସିଂହପୁର ଓ କେନ୍ଦ୍ରାପଡାରୁ ୩୦ଜଣ ଲେଖାଁଏ, ସମ୍ବଲପୁରରୁ ୨୮ ଓ ଷ୍ଟେଟ ପୁଲରୁ  ୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି କେନ୍ଦୁଝରରୁ ୨୫, ଅନୁଗୋଳରୁ ୨୪, ବରଗଡ଼ରୁ ୨୧, ଝାରସୁଗୁଡାରୁ ୧୭, ଯାଜପୁର ଓ କଳାହାଣ୍ଡିରୁ ୧୪ ଜଣ ଲେଖାଏଁ, ଢେଙ୍କାନାଳ ଏବଂ ପୁରୀରୁ ୧୩ ଜଣ ଲେଖାଏଁ, ଭଦ୍ରକରୁ ୧୧, ଦେବଗଡ଼ ଓ ମାଲକାନଗିରି ଓ ନବରଙ୍ଗପୁରରୁ ୧୦ ଜଣ ଲେଖାଏଁ, ଗଞ୍ଜାମରୁ ୯, ନୟାଗଡ଼ ଓ ସୁବର୍ଣ୍ଣପୁରରୁ ୭ଜଣ ଲେଖାଏଁ, କନ୍ଧମାଳରୁ ୫ ଓ ରାୟଗଡାରୁ ୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟପକ୍ଷରେ କୋରାପୁଟରୁ ୨ ଓ ବୌଦ୍ଧରୁ ଜଣେ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ସମୁଦାୟ  ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୮ ହଜାର ୧୦୨କୁ ବୃଦ୍ଧି ପାଇଛି।

Comments are closed.