ସୁସ୍ଥ ହେଲେ ଆଉ ୭୨ କରୋନା ଅକ୍ରାନ୍ତ : ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୪୦୯କୁ ବୃଦ୍ଧି

ଭୁବନେଶ୍ବର : ଗୁରୁବାର ରାଜ୍ୟରୁ ଆଉ ୭୨ ଜଣ କରୋନା ଅକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୪୦୯କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ​  ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୧୫ ଜଣ, ମୟୂରଭଞ୍ଜରୁ ୧୧, ଖୋର୍ଦ୍ଧାରୁ ୮, ବଲାଙ୍ଗୀରରୁ ୭, ବାଲେଶ୍ବର ଓ କଟକରୁ ୫ ଜଣ ଲେଖାଁଏ, ଅନୁଗୋଳ ଓ ଯାଜପୁରରୁ ୪ ଜଣ ଲେଖାଁଏ, ପୁରୀରୁ ୩, ଦେବଗଡ, ରାୟଗଡା ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଗଞ୍ଜାମ, ଜଗତସିଂହପୁର ଓ କେନ୍ଦୁଝର ଏବଂ ଷ୍ଟେଟ ପୁଲରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୪୦୯ ରେ ପହଞ୍ଚିଛି।

Comments
Loading...