ସୁସ୍ଥ ହେଲେ ଆଉ ୭୧ କରୋନା ଆକ୍ରାନ୍ତ : ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୯୯୪କୁ ବୃଦ୍ଧି

ଭୁବନେଶ୍ବର : ଶୁକ୍ରବାର ରାଜ୍ୟରୁ ଆଉ ୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୯୯୪କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ​  ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।

ଆଜି ମୟୂରଭଞ୍ଜ ଓ  ସୁନ୍ଦରଗଡ଼ରୁ ୧୪ ଜଣ ଲେଖାଁଏ, କଟକରୁ ୧୧, ବାଲେଶ୍ବରରୁ ୬, ଖୋର୍ଦ୍ଧାରୁ ୫,  ଦେବଗଡ ଓ ଗଜପତିରୁ ୪ ଜଣ ଲେଖାଁଏ, ଅନୁଗୋଳ, ଗଞ୍ଜାମ ଓ  ସମ୍ବଲପୁରରୁ ୩ ଜଣ ଲେଖାଁଏ, ବଲାଙ୍ଗୀରରୁ ୨ ଏବଂ ରାୟଗଡାରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି  ଷ୍ଟେଟ ପୁଲରୁ ମଧ୍ୟ ଜଣେ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୯୯୪ରେ ପହଞ୍ଚିଛି।

Comments are closed.