ସୁସ୍ଥ ହେଲେ ଆଉ ୬୬୦ କରୋନା ଆକ୍ରାନ୍ତ : ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୧୩ ହଜାର ୩୯୪

ଭୁବନେଶ୍ବର : ବୁଧବାର ରାଜ୍ୟରୁ ଆଉ ୬୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୧୩ ହଜାର ୩୯୪ କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ମୟୂରଭଞ୍ଜରୁ ୫୬, ଅନୁଗୋଳରୁ ୫୫, ଖୋର୍ଦ୍ଧାରୁ ୫୪, ସୁନ୍ଦରଗଡ଼ରୁ ୪୬, ବଲାଙ୍ଗୀରରୁ ୪୨, ଜଗତସିଂହପୁରରୁ ୩୯, ବାଲେଶ୍ବର ଓ କଟକରୁ ୩୮ ଜଣ ଲେଖାଁଏ, କେନ୍ଦୁଝରରୁ ୩୭, ଝାରସୁଗୁଡାରୁ ୨୮ ଓ କେନ୍ଦ୍ରାପଡାରୁ ୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ନୂଆପଡାରୁ ୨୬, ପୁରୀ ଓ ସମ୍ବଲପୁରରୁ ୨୩  ଜଣ ଲେଖାଁଏ, ବରଗଡ଼ ଓ ଯାଜପୁରରୁ ୧୭ ଜଣ ଲେଖାଏଁ, ଢେଙ୍କାନାଳରୁ ୧୬, ଭଦ୍ରକରୁ ୧୫, କଳାହାଣ୍ଡିରୁ ୧୧, ମାଲକାନଗିରି ଓ ନବରଙ୍ଗପୁରରୁ ୮ ଜଣ ଲେଖାଁଏ, ଦେବଗଡ଼, ଗଞ୍ଜାମ, କୋରାପୁଟ ଓ ରାୟଗଡ଼ାରୁ ୪ ଜଣ ଲେଖାଏଁ, କନ୍ଧମାଳ ଓ ନୟାଗଡ଼ରୁ ୩ ଜଣ ଲେଖାଁଏ ଏବଂ ଗଜପତିରୁ ୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟପକ୍ଷରେ ସୁବର୍ଣ୍ଣପୁରରୁ ୨ ଜଣ ଏବଂ ଷ୍ଟେଟ୍ ପୁଲରୁ ୧୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୧୩ ହଜାର ୩୯୪ କୁ ବୃଦ୍ଧି ପାଇଛି।

Comments are closed.