ଆଉ ୬୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ : ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୧୪ ହଜାର ୨୩

ଭୁବନେଶ୍ବର : ଗୁରୁବାର ରାଜ୍ୟରୁ ଆଉ ୬୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୧୪ ହଜାର ୨୩କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ଅନୁଗୋଳରୁ ୭୩, ସୁନ୍ଦରଗଡ଼ରୁ  ୬୫, ଖୋର୍ଦ୍ଧାରୁ ୬୦, ମୟୂରଭଞ୍ଜରୁ ୪୪, ନୂଆପଡାରୁ ୩୯, ଝାରସୁଗୁଡାରୁ ୩୬, ବଲାଙ୍ଗୀରରୁ ୩୧, କଟକରୁ ୨୯, ଜଗତସିଂହପୁରରୁ ୨୮, କେନ୍ଦୁଝରରୁ ୨୬ ଏବଂ ବାଲେଶ୍ବରରୁ ୨୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଭଦ୍ରକରୁ ୨୦, ସମ୍ବଲପୁରରୁ ୧୯, ଗଞ୍ଜାମ, କେନ୍ଦ୍ରାପଡାରୁ ଓ ପୁରୀରୁ ୧୭ ଜଣ ଲେଖାଁଏ, ବରଗଡ଼ ଓ ଯାଜପୁରରୁ ୧୪ ଜଣ ଲେଖାଁଏ, କଳାହାଣ୍ଡି ଓ ନୟାଗଡ଼ରୁ ୭ ଜଣ ଲେଖାଁଏ, ଢେଙ୍କାନାଳ ଓ କୋରାପୁଟରୁ ୬ ଜଣ ଲେଖାଁଏ, ଗଜପତି, ରାୟଗଡ଼ା ଓ ନବରଙ୍ଗପୁରରୁ ୪ ଜଣ ଲେଖାଁଏ, ବୌଦ୍ଧ ଓ ଦେବଗଡ଼ରୁ ୩ ଜଣ ଲେଖାଁଏ ଏବଂ କନ୍ଧମାଳରୁ ୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟପକ୍ଷରେ ସୁବର୍ଣ୍ଣପୁରରୁ ଜଣେ  ଏବଂ ଷ୍ଟେଟ୍ ପୁଲରୁ ୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ସମୁଦାୟ  ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୧୪ ହଜାର ୨୩ କୁ ବୃଦ୍ଧି ପାଇଛି।

Comments are closed.