ସୁସ୍ଥ ହେଲେ ଆଉ ୬୧୭୬ କରୋନା ଅକ୍ରାନ୍ତ : ଆରୋଗ୍ୟଙ୍କ ସଂଖ୍ୟା ୪ ଲକ୍ଷ ୧୭ ହଜାର ୪୦୩କୁ ବୃଦ୍ଧି

ଭୁବନେଶ୍ବର : ବୁଧବାର ରାଜ୍ୟରେ ଆଉ ୬୧୭୬ ଜଣ କରୋନା ଅକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪ ଲକ୍ଷ ୧୭ ହଜାର ୪୦୩କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ​  ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୯୫୪, କଳାହାଣ୍ଡିରୁ ୫୧୯, କଟକରୁ ୪୮୫, ବଲାଙ୍ଗୀରରୁ ୪୫୯, ସୁନ୍ଦରଗଡ଼ରୁ ୪୩୩, ଝାରସୁଗୁଡ଼ାରୁ ୨୬୩, ଅନୁଗୋଳରୁ ୨୪୩, ବରଗଡ଼ରୁ ୨୩୯, ପୁରୀରୁ ୨୨୮, ସମ୍ବଲପୁରରୁ ୨୨୫ ଓ ନବରଙ୍ଗପୁରରୁ ୨୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି  ନୂଆପଡ଼ାରୁ ୧୯୫, ଗଞ୍ଜାମରୁ ୧୬୮, ମୟୂରଭଞ୍ଜରୁ ୧୪୯, ବାଲେଶ୍ବରରୁ ୧୩୭, ସୁବର୍ଣ୍ଣପୁରରୁ ୧୨୦, କେନ୍ଦ୍ରାପଡାରୁ ୧୧୩, ଯାଜପୁରରୁ ୧୧୨, ନୟାଗଡରୁ ୧୦୩, ଭଦ୍ରକରୁ ୮୭, ଜଗତସିଂହପୁରରୁ ୮୫, ରାୟଗଡାରୁ ୭୮, ଦେବଗଡ ଓ କେନ୍ଦୁଝରରୁ ୭୪ ଜଣ ଲେଖାଁଏ, ଗଜପତିରୁ ୬୪ ଓ କୋରାପୁଟରୁ ୫୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟ ପକ୍ଷରେ କନ୍ଧମାଳରୁ ୪୦, ବୌଦ୍ଧ ଓ ମାଲକାନଗିରିରୁ ୨୮ ଜଣ ଲେଖାଁଏ, ଢେଙ୍କା​‌ନାଳରୁ ୨୦  ଏବଂ ଷ୍ଟେଟ ପୁଲରୁ ୨୦୧ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୪ ଲକ୍ଷ୍ୟ ୧୬ ହଜାର ୪୦୩ରେ ପହଞ୍ଚିଛି।

Comments are closed.