ଆଉ ୫୨୮୧ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟ ସଂଖ୍ୟା ୮ ଲକ୍ଷ ୩୫ ହଜାର ୧୩୨କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଶନିବାର ଆଉ ୫୨୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮ ଲକ୍ଷ ୩୫ ହଜାର ୧୩୨କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୦୦, କଟକରୁ ୫୧୦, ଯାଜପୁରରୁ ୩୦୮, ବାଲେଶ୍ୱରରୁ ୨୮୬, କେନ୍ଦ୍ରାପଡ଼ାରୁ ୨୮୫, ମୟୂରଭଞ୍ଜରୁ ୨୭୬, ଅନୁଗୋଳରୁ ୨୫୩, ଭଦ୍ରକରୁ ୨୪୪, ପୁରୀରୁ ୨୩୧, ବୌଦ୍ଧରୁ ୨୧୩ ଏବଂ ସୁନ୍ଦରଗଡରୁ ୨୦୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ସେହିପରି ଜଗତସିଂହପୁରରୁ ୧୮୭, ଢେଙ୍କାନାଳରୁ ୧୬୯, କୋରାପୁଟରୁ ୧୪୪, ନବରଙ୍ଗପୁରରୁ ୧୩୪, ନୟାଗଡ଼ରୁ ୧୦୯, ବରଗଡ଼ରୁ ୧୦୪, ରାୟଗଡାରୁ ୧୦୩, କେନ୍ଦୁଝରରୁ ୮୪, କଳାହାଣ୍ଡିରୁ ୭୬, କନ୍ଧମାଳରୁ ୭୧, ମାଲକାନଗିରିରୁ ୬୮, ସୁବର୍ଣ୍ଣପୁରରୁ ୫୭, ବଲାଙ୍ଗୀର, ଗଞ୍ଜାମ ଓ ସମ୍ବଲପୁରରୁ ୪୧ ଜଣ ଲେଖାଁଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ଗଜପତିରୁ ୩୧, ଝାରସୁଗୁଡାରୁ ୨୪, ଦେବଗଡ଼ରୁ ୨୧, ନୂଆପଡ଼ାରୁ ୧୫ ଏବଂ ଷ୍ଟେଟ ପୁଲରୁ ୧୫୧ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହ ରାଜ୍ୟରେ ଏଯାବତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮ ଲକ୍ଷ ୩୫ ହଜାର ୧୩୨ରେ ପହଞ୍ଚିଛି।

Comments are closed.