ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୪୨୫ ଆକ୍ରାନ୍ତ

ଆଜି ରାଜ୍ୟରେ ୪୨୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରିଛି। ସମ୍ପୃକ୍ତ କୋଭିଡ ଆକ୍ରାନ୍ତମାନେ ରାଜ୍ୟର ବିଭିନ୍ନ ଅଂଚଳରେ ଥିବା ସ୍ୱତନ୍ତ୍ର କୋଭିଡ ହସ୍ପିଟାଲଗୁଡିକରେ ଚିକିତ୍ସିତ ହେଉଥିଲେ। ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୮୪ ଜଣ ଥିବା ବେଳେ କଟକରୁ ୪୪, ମୟୁରଭଞ୍ଜରୁ ୨୩, ବାଲେଶ୍ୱରରୁ ୧୨ ଏବଂ ଜଗତସିଂହପୁର, ଯାଜପୁର ଓ ରାୟଗଡ଼ାରୁ ୧୧ ଜଣ ଲେଖାଏଁ ଅଛନ୍ତି।

ସେହିପରି ବୌଦ୍ଧ, ପୁରୀ ଓ ଢେଙ୍କାନାଳରୁ ୧୦ ଜଣ ଲେଖାଏଁ, ନୂଆପଡ଼ାରୁ ୮ ଜଣ, ଗଜପତି, ନୟାଗଡ଼ ଓ ସୁନ୍ଦରଗଡ଼ରୁ ୭ ଜଣ ଲେଖାଏଁ, ବରଗଡ଼ରୁ ୫ ଜଣ, ଭଦ୍ରକରୁ ୪ ଜଣ, ଦେବଗଡ଼, ଗଂଜାମ, କଳାହାଣ୍ଡି ଓ କୋରାପୁଟରୁ ୩ ଜଣ ଲେଖାଏଁ, କେନ୍ଦ୍ରାପଡା ଓ କେନ୍ଦୁଝରରୁ ୨ ଜଣ ଲେଖାଏଁ ଏବଂ ମାଲକାନଗିରି ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଏବଂ ଷ୍ଟେଟପୁଲରୁ ୪୩ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଆଜି ସୁଦ୍ଧା ରାଜ୍ୟରେ ୧୦ ଲକ୍ଷ ୩୧ ହଜାର ୮୫୦ ଜଣ ସୁସ୍ଥ ହୋଇଥବା ଜଣାପଡିଛି।

Comments are closed.