ଆଉ ୪୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ୨୭୮କୁ ବୃଦ୍ଧି

ଭୁବନେଶ୍ବର : ଶୁକ୍ରବାର ରାଜ୍ୟରୁ ଆଉ ୪୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୧୮ହଜାର ୨୭୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୬, ମୟୂରଭଞ୍ଜରୁ ୩୪, କଟକରୁ ୩୩, ଅନୁଗୋଳରୁ ୩୨, ପୁରୀରୁ ୩୧, ବରଗଡ଼ରୁ ୩୦, କଳାହାଣ୍ଡିରୁ ୨୮, ବଲାଙ୍ଗୀରରୁ ୨୫, କେନ୍ଦ୍ରାପଡାରୁ ୧୮, ବାଲେଶ୍ବରରୁ ୧୭ ଏବଂ, ସୁନ୍ଦରଗଡ଼ରୁ ୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଜଗତସିଂହପୁର, ନୂଆପଡା ଓ ସମ୍ବଲପୁରରୁ ୧୪ ଜଣ ଲେଖାଁଏ, କେନ୍ଦୁଝରରୁ ୧୦,  ଯାଜପୁରରୁ ୯, ଗଞ୍ଜାମରୁ ୭, ଢେଙ୍କାନାଳ, ଝାରସୁଗୁଡା ଓ କୋରାପୁଟରୁ ୫ ଜଣ ଲେଖାଁଏ, ରାୟଗଡ଼ାରୁ ୪, ନବରଙ୍ଗପୁର ଓ ସୁବର୍ଣ୍ଣପୁରରୁ ୩ ଜଣ ଲେଖାଁଏ, ଭଦ୍ରକ ଓ ଦେବଗଡ଼ରୁ ୨ ଜଣ ଲେଖାଁଏ, ମାଲକାନଗିରିରୁ ଜଣେ ଏବଂ ଷ୍ଟେଟ୍ ପୁଲରୁ ୧୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ସମୁଦାୟ  ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ୨୭୮ କୁ ବୃଦ୍ଧି ପାଇଛି।

 

Comments are closed.