୩୮୮ କରୋନା ଆକ୍ରାନ୍ତ ସୁସ୍ଥ, ଆରୋଗ୍ୟଙ୍କ ସଂଖ୍ୟା ୮୩୬୦କୁ

ଭୁବନେଶ୍ବର :  ଶନିବାର ରାଜ୍ୟରେ ୩୮୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳ​ରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮୩୬୦କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଗଞ୍ଜାମରୁ ସର୍ବାଧିକ ୧୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୭, କେନ୍ଦୁଝରରୁ ୩୧, ଯାଜପୁରରୁ ୨୭,କଟକରୁ ୨୬, ନୟାଗଡରୁ ୧୮, ପୁରୀରୁ ୧୬, ସମ୍ବଲପୁରରୁ ୧୪ ଏବଂ ବାଲେଶ୍ବରରୁ ୧୧ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟପକ୍ଷରେ ଅନୁଗୋଳରୁ ୮ ଓ କେନ୍ଦ୍ରାପଡାରୁ ୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତି ଓ ଝାରସୁଗୁଡାରୁ ୨ଜଣ ଲେଖାଏଁ, ବରଗଡ,ଭଦ୍ରକ ଓ ଦେବଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Comments are closed.