ଆଉ ୩୪୦୪ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୨୦ ହଜାର ୩୮୮କୁ ବୃଦ୍ଧି

ଭୁବନେଶ୍ୱର : ଶୁକ୍ରବାର ରାଜ୍ୟରୁ ଆଉ ୩୪୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୨୦ ହଜାର ୩୮୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୦୨, କଟକରୁ ୩୭୪, ପୁରୀରୁ ୨୮୯, ବାଲେଶ୍ୱରରୁ ୧୪୮, ମୟୂରଭଞ୍ଜ ଓ ସମ୍ବଲପୁରରୁୁ ୧୩୦ ଜଣ ଲେଖାଏଁ, କେନ୍ଦୁଝରରୁ ୧୧୬, ବରଗଡ଼ରୁ ୧୦୭, ଯାଜପୁରରୁ ୧୦୬, କେନ୍ଦ୍ରାପଡାରୁ ୯୮ ଓ ଭଦ୍ରକରୁ ୯୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ସେହିପରି ଜଗତସିଂହପୁରରୁ ୯୦, ଝାରସୁଗୁଡାରୁ ୮୬, ଅନୁଗୋଳରୁ ୮୩, ନୂଆପଡାରୁ ୭୭, ନୟାଗଡ଼ରୁ ୭୪, କଳାହାଣ୍ଡିରୁ ୭୨, କନ୍ଧମାଳରୁ ୭୧, ବଲାଙ୍ଗିର ଓ ଢେଙ୍କାନାଳରୁ ୭୦ ଜଣ ଲେଖାଁଏ, ସୁନ୍ଦରଗଡରୁ ୬୬, କୋରାପୁଟରୁ ୫୨, ନବରଙ୍ଗପୁରରୁ ୫୦, ଗଞ୍ଜାମ ଓ ସୁବର୍ଣ୍ଣପୁରରୁ ୪୮ ଜଣ ଲେଖାଁଏ ଏବଂ ମାଲକାନଗିରିରୁ ୩୮ ଓ  ବୌଦ୍ଧରୁ ୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ଗଜପତିରୁ ୧୮, ଦେବଗଡ଼ରୁ ୧୧, ରାୟଗଡାରୁ ୨ ଏବଂ ଷ୍ଟେଟ ପୁଲରୁ ୧୬୪ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୨୦ ହଜାର ୩୮୮କୁ ବୃଦ୍ଧି ପାଇଛି।

Comments are closed.