ଆଉ ୩୩୮ କରୋନା ଆକ୍ରାନ୍ତ ସୁସ୍ଥ : ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୧ହଜାର ୬୪୭କୁ ବୃଦ୍ଧି

ଭୁବନେଶ୍ବର : ରବିବାର ରାଜ୍ୟରୁ ଆଉ ୩୩୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୬୪୭କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୯, ସୁନ୍ଦରଗଡ଼ରୁ ୩୬, ଭଦ୍ରକ ଓ କଟକରୁ ୨୧ ଜଣ ଲେଖାଁଏ, ବାଲେଶ୍ବରରୁ ୨୦, ଅନୁଗୋଳ ଓ ମୟୂରଭଞ୍ଜରୁ ୧୮ ଜଣ ଲେଖାଁଏ, ବରଗଡ଼ରୁ ୧୭, କଳାହାଣ୍ଡି ଓ ପୁରୀରୁ ୧୫ ଜଣ ଲେଖାଁଏ ଏବଂ ଝାରସୁଗୁଡାରୁ ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ନୂଆପଡାରୁ ୧୨, ସମ୍ବଲପୁରରୁ ୧୦, ଯାଜପୁର ଓ କେନ୍ଦୁଝରରୁ ୯ ଜଣ ଲେଖାଁଏ, ଜଗତସିଂହପୁରରୁ ୮, ବଲାଙ୍ଗୀର ଓ ଗଞ୍ଜାମରୁ ୬ ଜଣ ଲେଖାଁଏ, କେନ୍ଦ୍ରାପଡାରୁ ୫, ଦେବଗଡ, ଢେଙ୍କାନାଳ ଓ ରାୟଗଡ଼ାରୁ ୩ ଜଣ ଲେଖାଁଏ, କୋରାପୁଟ, ନବରଙ୍ଗପୁର ଓ ନୟାଗଡ଼ରୁ ୨ ଜଣ ଲେଖାଁଏ, ସୁବର୍ଣ୍ଣପୁରରୁ ଜଣେ ଏବଂ ​​‌ଷ୍ଟେଟ ପୁଲରୁ ୧୩ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୬୪୭କୁ ବୃଦ୍ଧି ପାଇଛି।

 

Comments are closed.