ସୁସ୍ଥ ହେଲେ ଆଉ ୩୦୯ କରୋନା ଆକ୍ରାନ୍ତ : ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୧ହଜାର ୯୫୬କୁ ବୃଦ୍ଧି

ଭୁବନେଶ୍ବର : ସୋମବାର ରାଜ୍ୟରୁ ଆଉ ୩୦୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୧ହଜାର ୯୫୬ କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଅନୁଗୋଳରୁ ସର୍ବାଧିକ ୪୪, ସୁନ୍ଦରଗଡ଼ରୁ ୨୮, ଖୋର୍ଦ୍ଧାରୁ ୨୭, ବାଲେଶ୍ବର ଓ ମୟୂରଭଞ୍ଜରୁ ୨୬ ଜଣ ଲେଖାଁଏ, କଟକରୁ ୨୦, ପୁରୀରୁ ୧୮, ନୂଆପଡାରୁ ୧୫, ଝାରସୁଗୁଡାରୁ ୧୪, ବଲାଙ୍ଗୀରରୁ ୧୨ ଓ ସମ୍ବଲପୁରରୁ ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ବରଗଡ଼ରୁ ୯, ଭଦ୍ରକରୁ ୮,  ଯାଜପୁର ଓ କେନ୍ଦୁଝରରୁ ୭ ଜଣ ଲେଖାଁଏ, କେନ୍ଦ୍ରାପଡା ଓ ନୟାଗଡ଼ରୁ ୬ ଜଣ ଲେଖାଁଏ, ଗଞ୍ଜାମ ଓ କଳାହାଣ୍ଡିରୁ ୪ ଜଣ ଲେଖାଁଏ, ଗଜପତିରୁ ୩, ନବରଙ୍ଗପୁର ଓ ରାୟଗଡ଼ାରୁ ୨ ଜଣ ଲେଖାଁଏ, ଢେଙ୍କାନାଳ, କୋରାପୁଟ ଓ ସୁବର୍ଣ୍ଣପୁରରୁ ଜଣେ ଏବଂ ​​‌ଷ୍ଟେଟ ପୁଲରୁ ୮ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି।

 

Comments are closed.