ଆଉ ୩୦୪ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୨ ହଜାର ୬୪୮କୁ ବୃଦ୍ଧି

ଭୁବନେଶ୍ବର : ବୁଧବାର ରାଜ୍ୟରୁ ଆଉ ୩୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୨ ହଜାର ୬୪୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ଅନୁଗୋଳରୁ ସର୍ବାଧିକ ୫୧, ଖୋର୍ଦ୍ଧାରୁ ୩୬, ସୁନ୍ଦରଗଡ଼ରୁ ୩୦, କଟକରୁ ୨୭, ମୟୂରଭଞ୍ଜ ଓ ପୁରୀରୁ ୨୧ ଜଣ ଲେଖାଁଏ, ବରଗଡ଼ରୁ ୧୫, ନୂଆପଡାରୁ ୧୪, ବାଲେଶ୍ବର ଓ ଜଗତସିଂହପୁରରୁ ୧୧ ଜଣ ଲେଖାଏଁ ଏବଂ ସମ୍ବଲପୁରରୁ ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ଗଞ୍ଜାମରୁ ୮, ଝାରସୁଗୁଡା, କଳାହାଣ୍ଡି ଓ କେନ୍ଦ୍ରାପଡାରୁ ୭ ଜଣ ଲେଖାଁଏ,  ଭଦ୍ରକ ଓ ଗଜପତିରୁ ୫ ଜଣ ଲେଖାଁଏ, କେନ୍ଦୁଝର ଓ କୋରାପୁଟରୁ ୩ ଜଣ ଲେଖାଁଏ, ନବରଙ୍ଗପୁରରୁ ୨ ଜଣ, ଦେବଗଡ, ଯାଜପୁର ଓ ନୟାଗଡ଼ରୁ ଜଣେ ଲେଖାଏଁ ଏବଂ ​​‌ଷ୍ଟେଟ ପୁଲରୁ ୭ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୨ ହଜାର ୬୪୮କୁ ବୃଦ୍ଧି ପାଇଛି।

Comments are closed.