ସୁସ୍ଥ ହେଲେ ଆଉ ୨୯୮ କରୋନା ଆକ୍ରାନ୍ତ : ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୬ ହଜାର ୫୦୭ କୁ ବୃଦ୍ଧି

ଭୁବନେଶ୍ବର : ସୋମବାର ରାଜ୍ୟରୁ ଆଉ ୨୯୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୬ ହଜାର ୫୦୭ କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୪୯, ଅନୁଗୋଳରୁ ୪୮, କଟକରୁ ୨୪, କେନ୍ଦ୍ରାପଡାରୁ ୧୬, ବାଲେଶ୍ବର ଓ କେନ୍ଦୁଝରରୁ ୧୫ ଜଣ ଲେଖାଏଁ, ଝାରସୁଗୁଡାରୁ ୧୪, ଯାଜପୁରରୁ ୧୩, ଖୋର୍ଦ୍ଧା ଓ ମୟୂରଭଞ୍ଜରୁ ୧୨ ଜଣ ଲେଖାଏଁ ଏବଂ ବରଗଡ଼ରୁ ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ବଲାଙ୍ଗୀରରୁ ୧୦, ସମ୍ବଲପୁରରୁ ୮, ଦେବଗଡ, ଗଞ୍ଜାମ ଓ ନବରଙ୍ଗପୁରରୁ ୬ ଜଣ ଲେଖାଏଁ, ଭଦ୍ରକ ଓ ଜଗତସିଂହପୁରରୁ ୫ ଜଣ ଲେଖାଏଁ, ନୂଆପଡାରୁ ୪, ରାୟଗଡ଼ାରୁ ୩, ବୌଦ୍ଧ, କଳାହାଣ୍ଡି, କୋରାପୁଟ ଓ ନୟାଗଡ଼ରୁ ୨ଜଣ ଲେଖାଏଁ, ମାଲକାନଗିରିରୁ ଜଣେ ଏବଂ ଷ୍ଟେଟ ପୁଲରୁ ୮ ଜଣ  କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୬ ହଜାର ୫୦୭କୁ ବୃଦ୍ଧି ପାଇଛି।

Comments are closed.